ଅନୁଗୁଳରେ ରୁଚି ପ୍ରତିଭା ସମ୍ମାନ

ଅନୁଗୁଳ: ରୁଚି ମସଲା ଉଦ୍ୟୋଗ ଓ ରୁଚି ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ପାଲଲହଡ଼ାର ବିଶିଷ୍ଟ ଚିତ୍ରକର ବିଜୟାନନ୍ଦ ବିଶ୍ୱାଳଙ୍କୁ ରୁଚି ଅନୁଗୁଳ ଗୋରବ ସମ୍ମାନ ପ୍ରଦାନ କରାଯାଇଛି। ଅନୁଗୁଳ ସପିଙ୍ଗ୍‌ ଫେୟାର ଉଦ୍‌ଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅନୁଗୁଳ ଉପଜିଲ୍ଲାପାଳ ସରୋଜକାନ୍ତ ମହାନ୍ତି ଏହି ସମ୍ମାନ ପ୍ରଦାନ କରିବା ସହ ରୁଚି ଅନୁଷ୍ଠାନର ପ୍ରତିଭାପୂଜନ ଓ ସାମାଜିକ ବିକାଶ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଏଥିସହ ଉଦ୍‌ଯାପନ ସନ୍ଧ୍ୟାରେ ରୁଚି ମେଗା ଉପହାର ଯୋଜନାର ବିଜେତା ଏବଂ ‘ବେଟି ପଢ଼ାଓ, ବେଟି ବଚାଓ’ କାର୍ଯ୍ୟକ୍ରମରେ ଅନୁଗୁଳର ୩୦ଜଣ ଶିଶୁପ୍ରତିଭା ଓ ମହିଳାଙ୍କୁ ପୁରସ୍କୃତ କରାଯାଇଥିଲା। ‘ରୁଚି’ର ଲୋକସଂପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ, ଉପପ୍ରବନ୍ଧକ ସଂଜୟ କୁମାର ମହାପାତ୍ର, ମନୋରଂଜନ ପରିଡ଼ା ଓ ଅରକ୍ଷିତ ରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର