ରୁନୟା ରିଫାଇନିଂର ରେଟିଂରେ ଉନ୍ନତି

ନୂଆଦିଲ୍ଲୀ: ଇଣ୍ଡିଆ ରେଟିଂ ଆଣ୍ଡ୍ ରିସର୍ଚ ପକ୍ଷରୁ ରୁନୟା ରିଫାଇନିଂର ନିବେଶ ରେଟିଂରେ ଉନ୍ନତି ଅଣାଯାଇଛି। ଏହି ରେଟିଂକୁ ‘ଆଇଏନ୍‌ଡି ବିବିବି-’ରୁ ବଢ଼ାଇ ‘ସ୍ଥିର’ କରାଯାଇଛି। ରୁନୟାକୁ ନିବେଶ ଗ୍ରେଡ୍‌ର ରେଟିଂ ପ୍ରଦାନ କରାଯାଇଥିବାରୁ କଂପାନିର ସିଇଓ ଅନନ୍ୟା ଅଗ୍ରୱାଲ ଆନନ୍ଦ ପ୍ରକଟ କରିଛନ୍ତି। ଏହା କଂପାନିର ଦୃଢ଼ ଆର୍ଥିକ ସ୍ଥିତିର ପ୍ରତିଫଳନ ବୋଲି ସେ କହିଛନ୍ତି। ଆଗାମୀ ଦିନରେ କଂପାନି ମୂଲ୍ୟ ଭିତ୍ତିକ ଉତ୍ପାଦ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର