ମୁମ୍ବାଇ: ରୁପା ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ୫୦ତମ ବର୍ଷ ପୂର୍ତିକୁ ମହା ସମାରୋହରେ ପାଳନ କରାଯାଇଛି। ଏହି ଅବସରରେ ଏକ ତାରକା ହୋଟେଲ୍ରେ ଆୟୋଜିତ କାର୍ଯ୍ୟକ୍ରମରେ କଂପାନିର ୮୦୦ରୁ ଅଧିକ ରିଟେଲର୍ ଯୋଗ ଦେଇଥିଲେ। ସେମାନେ କଂପାନିର ବ୍ରାଣ୍ଡ୍ ଆମ୍ବାସାଡର ରଣବୀର ସିଂହଙ୍କ ସହ ସେଲ୍ଫି ଉଠାଇଥିଲେ। ଏହି ଅବସରରେ କଂପାନିର ଅଧ୍ୟକ୍ଷ ପି ଆର୍ ଅଗ୍ରୱାଲ୍, ଯୋଗେଶ ଛାବ୍ରିଆ ଉପସ୍ଥିତ ଥିଲେ। କଂପାନିର ଡିଲର୍ ଓ ସହଯୋଗୀଙ୍କ ପାଇଁ ରଙ୍ଗାରଙ୍ଗ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମନିଷ ପଲ୍ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ହରିଶ ମୋୟଲଙ୍କ ବ୍ୟାଣ୍ଡ୍ ମଧ୍ୟ କିଛି ବଲିଉଡ୍ ହିଟ୍ ଗୀତ ପରିବେଷଣ କରିଥିଲେ।