ଟଙ୍କା ଦୁର୍ବଳ, ଡଲାର ତୁଳନାରେ ଟଙ୍କା ୭୩ ନିକଟବର୍ତ୍ତି, ଦୁଇଦିନରେ ନିବେଶକ ହରେଇଲେଣି ୨.୭୨ ଲକ୍ଷ କୋଟି

ନୂଆଦିଲ୍ଲୀ: ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ହ୍ରାସ ପାଇଚାଲିଛି । ଆଜି ଏହା ରେକର୍ଡ ନିମ୍ନକୁ ଖସିଯାଇଛି । ଟଙ୍କା ମୂଲ୍ୟ ଆଦି ୪୬ ପଇସା ହ୍ରାସ ପାଇ ଡଲାର ତୁଳନାରେ ୭୩ ନିକଟବର୍ତ୍ତି ହୋଇଛି । ଆସନ୍ତା କାଲି ଏହା ୭୩ ତଳକୁ ଖସିବା ଆଶଙ୍କା କରାଯାଉଛି । କେବଳ ଭାରତୀୟ ଟଙ୍କା ନୁହେଁ, ବିଶ୍ୱର ଆଉ କିଛି ଦେଶର ମୁଦ୍ରା ମୂଲ୍ୟ ହ୍ରାସ ପାଇଚାଲିଛି । ବିଶ୍ୱର ଦୁଇ ପ୍ରମୁଖ ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ପରିପ୍ରେକ୍ଷୀରେ ଏହା ହେଉଥିବା କୁହାଯାଉଛି । ଆମେରିକା ଚୀନର ସାମଗ୍ରୀ ଉପରେ ଆମଦାନୀ ଟିକସ ଲଗାଇବା ପରେ ଚୀନ ମଧ୍ୟ ଏହା କରିବାକୁ ଧମକ ଦେଇଛି । ଏହା ଫଳରେ ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ରହିଛି । ଟଙ୍କା ଦୁର୍ବଳ ହେବା ଫଳରେ ଦେଶର ତେଲ ଆମଦାନୀ ବିଲ ମହଙ୍ଗା ହେବାର ଆଶଙ୍କା ରହିଛି । ଏହା ଯୋଗୁଁ ତେଲ ଦର ଆହୁରି ବଢିବାର ଆଶଙ୍କା ରହିଛି । ଅନ୍ୟପକ୍ଷରେ ଭାରତୀୟ ଷ୍ଟକ ବଜାରରେ ଗତ ଦୁଇଦିନ ଧରି ହ୍ରାସ ପରିଲକ୍ଷିତ ହୋଇଛି । ସେନସେକ୍ସ ଗତ ଦୁଇଦିନ ମଧ୍ୟରେ ପ୍ରାୟ ୮୦୦ ପଏଣ୍ଟ ହ୍ରାସ ପାଇଛି । ଏହା ଫଳରେ ନିବେଶକମାନେ ୨.୭୨ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି ।

ସମ୍ବନ୍ଧିତ ଖବର