ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲାର ଗ୍ରାମୀଣ ଉଦ୍ୟୋଗୀ ମଞ୍ଜୁଲତା ଦେବୀଙ୍କୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା ହୋଇଛି। ନୂଆଦିଲ୍ଲୀର ଯଶୋଭୂମି କନ୍ଭେନ୍ସନ୍ ସେଣ୍ଟର୍ରେ ସିଏସ୍ସି ଦିବସ ପାଳନ ଅବସରରେ ତାଙ୍କ କାହାଣୀ ସାମ୍ନାକୁ ଆସିଥିଲା। ମୟୂରଭଞ୍ଜରେ ୬୦-୭୦ ପ୍ରତିଶତ ଅଞ୍ଚଳ ଜଙ୍ଗଲ। ଅନେକ କଠିନ ପରିସ୍ଥିତିକୁ ମଞ୍ଜୁଲତା ସାମ୍ନା କରି ଆଗକୁ ବଢ଼ିଥିଲେ। ସେ ନିଜେ ଡିଜିଟାଲ୍ ଦକ୍ଷତା ହାସଲ କରିବା ପରେ ଏକ ଜନ ସେବା କେନ୍ଦ୍ର (ସିଏସ୍ସି) ଖୋଲିଥିଲେ। ଏବେ ସେ ବହୁ ଚାଷୀଙ୍କୁ ନୂଆ ପଦ୍ଧତି ଉପରେ ଜ୍ଞାନ ପ୍ରଦାନ କରୁଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ତାଙ୍କୁ କାମ କରିବାକୁ କେମିତି ଲାଗୁଛି ବୋଲି ପଚାରିଥିଲେ। ତାହାର ଉତ୍ତରରେ ମଞ୍ଜୁଲତା କହିଥିଲେ ଯେ ମୁଁ ଜଣେ ଗୃହିଣୀ ଥିଲି। ମୁଁ ସିଏସ୍ସିରେ କାମ କରି ବହୁତ ଖୁସିରେ ଅଛି। ସରକାରୀ ସୁବିଧାଗୁଡ଼ିକୁ ମୁଁ ଆମ ହୋ ସମ୍ପ୍ରଦାୟର ଲୋକମାନଙ୍କ ପାଖରେ ପହଞ୍ଚାଇପାରୁଛି। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଗର୍ଭବର୍ତୀ ମା’ମାନଙ୍କ ଘର ଘର ଯାଇ ମୁଁ ବ୍ୟାଙ୍କ ସେବା ଯୋଗାଇ ଦେଉଛି ବୋଲି ମଞ୍ଜୁଲତା କହିଛନ୍ତି।
ଚର୍ଚ୍ଚାରେ ମୟୂରଭଞ୍ଜର ଗ୍ରାମୀଣ ଉଦ୍ୟୋଗୀ ମଞ୍ଜୁଲତା
ମୟୂରଭଞ୍ଜ ଜିଲ୍ଲାର ଗ୍ରାମୀଣ ଉଦ୍ୟୋଗୀ ମଞ୍ଜୁଲତା ଦେବୀଙ୍କୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା ହୋଇଛି। ନୂଆଦିଲ୍ଲୀର ଯଶୋଭୂମି କନ୍ଭେନ୍ସନ୍ ସେଣ୍ଟର୍ରେ ସିଏସ୍ସି ଦିବସ ପାଳନ ଅବସରରେ ତାଙ୍କ କାହାଣୀ ସାମ୍ନାକୁ ଆସିଥିଲା। ମୟୂରଭଞ୍ଜରେ ୬୦-୭୦...
/sambad/media/media_files/2025/07/17/new-project-16-2025-07-17-10-46-37.jpg)