ନୂଆଦିଲ୍ଲୀ: ଏକ ନୂଆ ବାଟ ଦେଇ ରୁଷ୍ ସାମଗ୍ରୀ ଭାରତ ପଠାଇବା ଲାଗି ଇରାନ ଏକ ପରୀକ୍ଷଣ ଆରମ୍ଭ କରିଛି। ରୁଷ୍ରୁ ଏକ କାଠ ଲାମିନେଟ୍ ସିଟ୍ ବୋଝେଇ ଜାହାଜ ସେଣ୍ଟ୍ ପିଟର୍ସବର୍ଗରୁ ବାହାରି କାସ୍ପିଆନ୍ ସାଗର ନିକଟରେ ଥିବା ବନ୍ଦର ସହର ଆଷ୍ଟ୍ରାଖାନ୍ରେ ପହଞ୍ଚିଥିଲା। ସେଠାରୁ ଜାହାଜଟି କାସ୍ପିଆନ୍ ସାଗର ଦେଇ ଇରାନର ଉତ୍ତର ଭାଗରେ ଥିବା ବନ୍ଦର ଅଞ୍ଜାଲିରେ ପହଞ୍ଚିବ। ସେଠାରୁ ସାମଗ୍ରୀଗୁଡ଼ିକୁ ସଡ଼କ ପଥ ଦେଇ ଇରାନର ଦକ୍ଷିଣ ଭାଗରେ ପର୍ସିଆନ୍ ସାଗରରେ ଥିବା ବନ୍ଦର ଆବାସକୁ ପଠାଯିବ। ସେଠାରୁ ଜାହାଜଟି ଆସି ଭାରତର ନବସେରା ବନ୍ଦରରେ ଲାଗିବ। ଇରାନର ସରକାରୀ ସଂସ୍ଥା ଏହାର ଦେଖାଶୁଣା କରୁଛି। ରୁଷ୍ ସାମଗ୍ରୀ ଏହି ବାଟ ଦେଇ ଆସିଲେ ଭାରତ ପହଞ୍ଚିବା ଲାଗି ୨୫ ଦିନ ସମୟ ଲାଗିବ।
ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରଠାରୁ ରୁଷ୍ ଉପରେ ପାଶ୍ଚାତ୍ୟ ଦେଶଗୁଡ଼ିକ କଠୋର କଟକଣା ଲଗାଇଥିବାରୁ ସ୍ବାଭାବିକ ପଥ ଦେଇ କାରବାର କଷ୍ଟକର ହୋଇପଡ଼ିଛି। ରୁଷ୍କୁ ଏସିଆର ବିଭିନ୍ନ ଦେଶ ସହ ଯୋଡ଼ିବା ଲାଗି ଇରାନ ଏହି ପଥକୁ ବ୍ୟବହାର କରିବ। ପୂର୍ବରୁ ଏଥିପାଇଁ ଇରାନ ଏକ ପ୍ରକଳ୍ପ ବିକଶିତ କରୁଥିଲା ଯାହା ଅଧା ବାଟରେ ଲଟକିଥିଲା। ଏବେ ସେହି ପ୍ରକଳ୍ପର ପୁନରୁଦ୍ଧାର କରିବା ଦିଗରେ ଏହା କାମ କରୁଛି। ରୁଷ୍ରୁ ଆସି ଉତ୍ତର ଭାଗରେ ଥିବା ବନ୍ଦରରେ ପହଞ୍ଚୁଥିବା ସାମଗ୍ରୀଗୁଡ଼ିକୁ ଦକ୍ଷିଣରେ ଥିବା ବନ୍ଦର ପର୍ଯ୍ୟନ୍ତ ପହଞ୍ଚାଇବା ଲାଗି ରେଳପଥ ନିର୍ମାଣ କରିବାକୁ ମଧ୍ୟ ଇରାନ ଯୋଜନା ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/s65f4h65fsh465hf465hffh.jpg)