ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଯୁଦ୍ଧର ଘନଘଟା ମଧ୍ୟରେ ମଧ୍ୟପ୍ରାଚ୍ୟ ଅଞ୍ଚଳରୁ ସାରା ବିଶ୍ବକୁ ତୈଳ ଯୋଗାଣ ପ୍ରଭାବିତ ହୋଇଛି। ବିଶେଷକରି ହର୍ମୁଜ୍‌ ପ୍ରଣାଳୀ ବନ୍ଦ ଯୋଗୁ ତୈଳ ଟ୍ୟାଙ୍କରଗୁଡ଼ିକ ଚଳାଚଳରେ ଘୋର ବ୍ୟାଘାତ ସୃଷ୍ଟି ହୋଇଛି। ଏହାକୁ ନେଇ ଭାରତରେ ମଧ୍ୟ ତୈଳ ସଂକଟ ଦେଖାଦେବ ବୋଲି ଅନେକ ଆଶଙ୍କା ପ୍ରକଟ କରିଛନ୍ତି। ତେବେ ରୁଷ୍‌ରୁ ଆସିବାକୁ ଥିବା ତୈଳ ଭାରତରେ ତୈଳ ଚାହିଦା କ୍ଷେତ୍ରରେ ସଂକଟକୁ ଦୂର କରି ପାରିବ ବୋଲି କୁହାଯାଉଛି। ଆମେରିକା-ଇସ୍ରାଏଲ୍‌-ଇରାନ ଯୁଦ୍ଧ ପରିପ୍ରେକ୍ଷୀରେ ମଧ୍ୟପ୍ରାଚ୍ୟ ବଦଳରେ ରୁଷ୍‌ରୁ ଭାରତକୁ ତୈଳ ଆମଦାନି ବୃଦ୍ଧି ପାଇବ।  

Advertisment

Saksham Anganwad: ମାର୍ଗଦର୍ଶିକା ଅନୁଯାୟୀ ନାହିଁ ସକ୍ଷମ ଅଙ୍ଗନୱାଡୀ କେନ୍ଦ୍ର, ଜିଲ୍ଲା ଧାର୍ଯ୍ୟ ଲକ୍ଷ୍ୟ ବି ହୋଇନି ପୂରଣ

ଭାରତ ଏହାର ଆବଶ୍ୟକତାର ୯୦ ପ୍ରତିଶତ ତୈଳ ଆମଦାନି କରିଥାଏ। ଇତିମଧ୍ୟରେ ଭାରତ ରୁଷ୍‌ରୁ ତୈଳ ଆମଦାନି ଅପେକ୍ଷାକୃତ ଭାବେ ହ୍ରାସ କରି ମଧ୍ୟପ୍ରାଚ୍ୟରୁ ଆମଦାନି ବଢ଼ାଇଥିଲା। କିନ୍ତୁ ଯୁଦ୍ଧ ପରିପ୍ରେକ୍ଷୀରେ ଦେଶରେ ଯେଭଳି ଶକ୍ତି ସଂକଟ ଦେଖା ନ ଯାଏ ସେଥିପାଇଁ ଏବେ ଭାରତ ଏହାର ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରିଛି। ରୁଷ୍ ତୈଳ ଉପରେ ଭାରତ ପୁନର୍ବାର ଭରସା କରିଛି। ଇତିମଧ୍ୟରେ ରୁଷ୍‌ରୁ ଦୁଇଟି ତୈଳବାହୀ ଜାହଜ ଭାରତ ଅଭିମୁଖେ ଆସିଥିବା ସ୍ପଷ୍ଟ ହୋଇଛି। ସେଥିମଧ୍ୟରୁ ଗୋଟିଏ ଜାହଜ ଇତିମଧ୍ୟରେ ପୂର୍ବ ଉପକୂଳରେ ପାରାଦୀପ ବନ୍ଦରରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ସୁଏଜ୍‌ ମାକ୍ସ ଟ୍ୟାଙ୍କର୍‌ ନାମକ ଏହି ଜାହଜରେ ୭ ଲକ୍ଷ ୩୦ ହଜାର ବ୍ୟାରେଲ୍‌ ତୈଳ ରହିଛି।  ସିଙ୍ଗାପୁର ଅଭିମୁଖେ ଯାଉଥିବା ଏହି ଜାହଜର ଦିଗ ପରିବର୍ତ୍ତନ କରାଯାଇ ପାରାଦୀପ ଅଣାଯାଇଥିବା ଜଣାପଡ଼ିଛି। ସେହିପରି ଅନ୍ୟ  ଏକ ଟ୍ୟାଙ୍କର୍‌ ମାଧ୍ୟମରେ ଭାରତକୁ ୭ ଲକ୍ଷ ବ୍ୟାରେଲ ତେଲ ଆସିଥିବାର ଜଣାପଡ଼ିଛି।

OIL: ଭାରତକୁ ୪୦ ପ୍ରତିଶତ ଏଲ୍‌ଏନ୍‌ଜି ଯୋଗାଣ ପ୍ରଭାବିତ

କେବଳ ଇସ୍ରାଏଲ, ଆମେରିକା, ୟୁରୋପ ପାଇଁ ହର୍ମୁଜ୍‌ ପ୍ରଣାଳୀ ବନ୍ଦ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଇରାନ, ଆମେରିକା ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏଭଳି ସ୍ଥିତିରେ ଭାରତ ପାଇଁ ଆଶାଜନକ ଖବର ଆସିଛି। ଇରାନର ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ଇସଲାମିକ୍‌ ରିପବ୍ଲିକ ଅଫ୍‌ ଇରାନ ବ୍ରଡକାଷ୍ଟିଂ(ଆଇଆର୍‌ଆଇବି) କହିଛି ହର୍ମୁଜ ପ୍ରଣାଳୀ କେବଳ ଇସ୍ରାଏଲ, ଆମେରିକା, ୟୁରୋପ ଏବଂ ସେମାନଙ୍କର ପାଶ୍ଚାତ୍ୟ ସହଯୋଗୀଙ୍କ ପାଇଁ ବନ୍ଦ କରାଯାଇଛି। ଇରାନର ରିଭୋଲ୍ୟୁସନାରି ଗାର୍ଡ ପକ୍ଷରୁ କୁହାଯାଇଛି ଯେ ଅନ୍ତର୍ଜାତୀୟ ନିୟମ ଏବଂ ଅନ୍ୟାନ୍ୟ ପ୍ରସ୍ତାବ ଅନୁଯାୟୀ, ଯୁଦ୍ଧ ସମୟରେ ହର୍ମୁଜ୍‌ ପ୍ରଣାଳୀକୁ ନିୟନ୍ତ୍ରଣ କରିବା ଅଧିକାର ଇରାନର ରହିଛି। ଯୁକ୍ତରାଷ୍ଟ୍ର ଆମେରିକା, ଇସ୍ରାଏଲ, ୟୁରୋପ ଏବଂ ସେମାନଙ୍କ ସମର୍ଥନକାରୀଙ୍କ ବିମାନ ଏଠାରେ ଦେଖିବାକୁ ମିଳିଲେ ସେଗୁଡ଼ିକୁ ଆକ୍ରମଣ କରାଯିବ। ଯୁଦ୍ଧ ଆରମ୍ଭରୁ ବିଶ୍ବର ଏହି ବ୍ୟସ୍ତବହୁଳ ସାମୁଦ୍ରିକ ଜଳପଥରେ ଜାହାଜ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଓ ଗ୍ୟାସ ଦର ବଢ଼ିଯାଇଛି।