ନ୍ୟୁୟର୍କ: ରୁଷିଆର ବିଦେଶ ମନ୍ତ୍ରୀ ସର୍ଗେ ଲଭରୋଭ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ସପକ୍ଷରେ ମତ ଦେଇଛନ୍ତି। ଜାତିସଂଘ ସାଧାରଣ ପରିଷଦର ୭୭ତମ ଅଧିବେଶନରେ ଉଦ୍‌ବୋଧନ ଦେଇ ଲଭରୋଭ କହିଛନ୍ତି ଯେ ସୁରକ୍ଷା ପରିଷଦକୁ ଅଧିକ ଗଣତାନ୍ତ୍ରିକ କରିବା ପାଇଁ ହେଲେ ଆଫ୍ରିକା, ଏସିଆ ଓ ଲାଟିନ ଆମେରିକାରୁ ଅଧିକ ପ୍ରତିନିଧିତ୍ବ ଆବଶ୍ୟକ। ବିଶେଷତଃ ଭାରତ ଓ ବ୍ରାଜିଲ ହେଉଛନ୍ତି ଗୁରୁତ୍ବପୂର୍ଣ୍ଣ ଅନ୍ତର୍ଜାତୀୟ ସହଯୋଗୀ, ଯେଉଁମାନଙ୍କୁ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ମିଳିବା ଉଚିତ ବୋଲି ସେ କହିଛନ୍ତି।