ଏୟାରଟେଲ ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ମିଳିବ ୨୦ଜିବି ଅତିରିକ୍ତ ଡାଟା ସହିତ ୩୦୦ଟଙ୍କାର ରିହାତି !

ନୂଆଦିଲ୍ଲୀ: ଏୟାରଟେଲ କିଛିଦିନ ହେବ ନିଜର ପୋଷ୍ଟପେଡ୍‌ ପ୍ଲାନ୍‌ ଉପରେ ଅଧିକ ଧ୍ୟାନ ଦେଉଛି। ଏବେ କମ୍ପାନି ନିଜର ପୋଷ୍ଟପେଡ୍‌ ଗ୍ରାହକଙ୍କୁ ଏକ ଉପହାର ଦେଇଛି। କମ୍ପାନି ବ୍ୟବହାରଙ୍କୁ ୩୯୯ଟଙ୍କାର ରିଚାର୍ଜ କରିବା ଦ୍ୱାରା ୬ମାସ ପର୍ଯ୍ୟନ୍ତ ୩୦୦ ଟଙ୍କାର (୫୦ଟଙ୍କା/ପ୍ରତିମାସ)ର ଡିସ୍‌କାଉଣ୍ଟ ଦେଉଛି। ଏହି ରିହାତି ପରେ ଗ୍ରାହକଙ୍କ ପାଇଁ କମ୍ପାନି ୩୯୯ଟଙ୍କାର ପ୍ୟାକ୍‌ ୩୪୯ ଟଙ୍କା ହୋଇଯିବ।

ଟେଲିକମ୍‌ ରିପୋର୍ଟ ଅନୁସାରେ, କମ୍ପାନି ନିଜର ମାଇ ଇନଫିନିଟି ପ୍ଲାନ୍‌ ୩୯୯ ଟଙ୍କାରେ ୫୦ଟଙ୍କା ରିହାତି ଦେବାର ଘୋଷଣା କରିଛି। ୩୯୯ ଟଙ୍କାର ମାଇପ୍ଲାନ୍‌ରେ ଗ୍ରାହକ ଅନ୍‌ଲିମିଟେଡ କଲିଂ, ଫ୍ରି ରୋମିଂ, ୧୦୦ ମେସଜେ/ପ୍ରତିଦିନ ଓ ଏୟାରଟେଲ ଆପ୍‌ର ସବସ୍କ୍ରିପସନ୍‌ ଭଳି ଅନେକ ସୁବିଧା ମିଳିବ । ଏତଦ୍‌ ବ୍ୟତୀତ ଗ୍ରାହକଙ୍କୁ ମାସକ ପାଇଁ ୨୦ଜିବି ଡାଟା ଓ ରୋଲଓଭର ସୁବିଧା ବି ମିଳିବ। ଅର୍ଥାତ୍‌ ଆପଣ ଯେଉଁ ଡାଟାକୁ ମାସକ ମଧ୍ୟରେ ପୂରା କରି ପାରି ନାହାନ୍ତି ତାହାକୁ ଆରମାସରେ ବ୍ୟବହାର କରି ପାରିବେ। କେବଳ ଏତିକି ନୁହେଁ ଏୟାରଟେଲ ନିଜର ଗ୍ରାହକଙ୍କୁ ଏହି ପ୍ଲାନ୍‌ରେ ୨୦ଜିବି ଅତିରିକ୍ତ ଡାଟା ପ୍ରଦାନ କରିବ। ପ୍ରଥମେ ଖବର ଥିଲା ଏହି ୨୦ଜିବି ଡାଟା ବର୍ଷକ ପାଇଁ ମିଳିବ। ପୁଣି ଜଣାପଡ଼ିଲା ଗ୍ରାହକ ପ୍ରତି ମାସରେ ଏହି ୨୦ଜିବି ଡାଟାର ଫାଇଦା ଉଠାଇ ପାରିବେ।

ସମ୍ବନ୍ଧିତ ଖବର