ନୂଆଦିଲ୍ଲୀ: ୨୦୧୮-୧୯ ବର୍ଷର ପ୍ରଥମ ଚଉଠ ଲାଗି ଅଗ୍ରୀମ ଟିକସ ଭାବେ ଫ୍ଲିପ୍କାର୍ଟର ସଂସ୍ଥାପକ ସଚିନ ବଂସଲ ୬୯୯ କୋଟି ଟଙ୍କା ଜମା କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ରିଟେଲ୍ ଜାଏଣ୍ଟ୍ ଓ୍ଵାଲ୍ମାର୍ଟକୁ ଫ୍ଲିପ୍କାର୍ଟର ସେୟାର୍ ବିକ୍ରିରୁ ପାଇଥିବା ଆୟର ଟିକସ ମଧ୍ୟରେ ଏଥିରେ ଅନ୍ତର୍ଭୁକ୍ତ। ତାଙ୍କର ଅଂଶୀଦାର ଏବଂ ସହ-ସଂସ୍ଥାପକ ବିନ୍ନି ବଂସଲ ଏହି ବିକ୍ରିରୁ କେତେ ପୁଞ୍ଜି ପାଇଛନ୍ତି ତାହା ଘୋଷଣା କରି ନାହାନ୍ତି।
ଫ୍ଲିପ୍କାର୍ଟରେ ଥିବା ସେମାନଙ୍କ ସେୟାର୍ ବିକ୍ରୟରୁ କେତେ ପୁଞ୍ଜି ଲାଭ କରିଛନ୍ତି ତାହା ଜଣାଇବାକୁ ଉଭୟ ସଚିନ ଏବଂ ବିନ୍ନି ବଂସଲଙ୍କ ସମେତ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ପୂର୍ବରୁ ଆୟକର ବିଭାଗ ନୋଟିସ୍ ପଠାଇଥିଲା। ଉଇଥ୍ହୋଲ୍ଡିଙ୍ଗ୍ ଟ୍ୟାକ୍ସ୍ ଦେବା ଲାଗି ସେ ଭଳି ଏକ ନୋଟିସ୍ ଓ୍ଵାଲ୍ମାର୍ଟକୁ ମଧ୍ୟ ଦିଆଯାଇଥିଲା। ପ୍ରାୟ ୧୬ ବିଲିୟନ୍ ଡଲାର୍ ମୂଲ୍ୟର ଫ୍ଲିପ୍କାର୍ଟର ୭୭% ଅଂଶଧନ ଅକ୍ତିଆର କରିବାର କେତେ ମାସ ପରେ ଗତବର୍ଷ ଶେଷ ଭାଗ ଆଡକୁ ଓ୍ଵାଲ୍ମାର୍ଟ ଆୟକର ବିଭାଗକୁ ଉଇଥ୍ହୋଲ୍ଡିଙ୍ଗ୍ ଟିକସ ବାବଦରେ ଟ. ୭୪୪୦/- ଦେଇଥିଲା।
ସେମାନଙ୍କ ସଂସ୍ଥାନ ଓ୍ଵାଲ୍ମାର୍ଟକୁ ବିକ୍ରୟ କରିବା ପରେ ସମୁଦାୟ କେତେ ଟଙ୍କା ପାଇଛନ୍ତି ତାହା ଏ ପର୍ଯ୍ୟନ୍ତ ପ୍ରକାଶ କରି ନାହାନ୍ତି।