ଭୁବନେଶ୍ବର: ସଦାଶିବ ସାମନ୍ତରାୟ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି ଲିମିଟେଡ୍ (ନାଲ୍କୋ)ର ନୂତନ ନିର୍ଦ୍ଦେଶକ (ବାଣିଜ୍ୟିକ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପନ୍ତନଗରସ୍ଥିତ ଜିବି ପନ୍ତ୍ କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟରୁ ମେକାନିକାଲ୍ ଇଞ୍ଜିନିୟରିଂରେ ସ୍ନାତକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମବିଏ ଡିଗ୍ରି ହାସଲ କରିଛନ୍ତି। ୧୯୮୫ରେ ଦ୍ୱିତୀୟ ବ୍ୟାଚ୍ ଗ୍ରାଜୁଏଟ୍ ଇଞ୍ଜିନିୟର୍ ଟ୍ରେନି ଭାବରେ ନାଲକୋରେ ନିଜର କର୍ମ ଜୀବନ ଆରମ୍ଭ କରିଥିବା ଶ୍ରୀ ସାମନ୍ତରାୟଙ୍କ ଉଭୟ ବୈଷୟିକ ଏବଂ ବାଣିଜ୍ୟିକ କ୍ଷେତ୍ରରେ ଦୀର୍ଘ ୩୬ ବର୍ଷର ଅଭିଜ୍ଞତା ରହିଛି। ଶ୍ରୀ ସାମନ୍ତରାୟ ଗ୍ରାହକମାନଙ୍କ ସହ ବୁଝାମଣାପତ୍ର, ଏଲଏମଇ ସଂଯୁକ୍ତ ମୂଲ୍ୟ ପ୍ରଣାଳୀ, ଆଲୁମିନିୟମର ଏଲଏମଇ ପଞ୍ଜୀକରଣ, ରପ୍ତାନି ପାଇଁ ଇ-ଟେଣ୍ଡର ବ୍ୟବସ୍ଥା ଆଦି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଅନେକ ନୂତନ ପଦକ୍ଷେପର କାର୍ଯ୍ୟକାରିତାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । କଂପାନିରେ ତାଙ୍କ ଯୋଗଦାନ ବୋର୍ଡକୁ ଆହୁରି ସୁଦୃଢ଼ କରିବ ବୋଲି ନାଲ୍କୋର ସିଏମ୍ଡି ଶ୍ରୀଧର ପାତ୍ର କହିଛନ୍ତି।
ସଦାଶିବ ସାମନ୍ତରାୟ ନାଲ୍କୋର ନୂଆ ନିର୍ଦେଶକ
/sambad/media/post_attachments/wp-content/uploads/2022/03/65dg654ag56daggdagd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)