ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ବ୍ୟାଙ୍କ୍କୁ ଯାଇ ସମସ୍ତ ବ୍ୟାଙ୍କ୍ କାର୍ଯ୍ୟ କରିବା କ’ଣ ସମ୍ଭବ? ଏତେ ସମୟ କ’ଣ ଆମ ପାଖରେ ଅଛି ଯେ ଆମେ ଟିକ୍ ନିକ୍ ସବୁ କାମ ପାଇଁ ସମୟ କାଢ଼ି ବ୍ୟାଙ୍କ୍କୁ ଯିବା? ସେମିତି ଅସୁବିଧାର ସମାଧାନ ହିଁ ତ ଅନ୍ଲାଇନ୍ ବ୍ୟାଙ୍କିଂ। ମାତ୍ର ବେଳେ ବେଳେ ଏହି ଅନ୍ଲାଇନ୍ ବ୍ୟାଙ୍କିଂ ଅସୁରକ୍ଷିତ ହୋଇଥାଏ। ଯାହା ଫଳରେ ଆମକୁ ନାନା ଠକେଇର ଶିକାର ହେବାକୁ ପଡ଼ିଥାଏ। ତେବେ, କେମିତି ଆପଣମାନେ ଅନ୍ଲାଇନ୍ ଠକାମୀର ଶିକାର ହେବେ ନାହିଁ, ସୁରକ୍ଷିତ ଅନ୍ଲାଇନ୍ ବ୍ୟାଙ୍କିଂ କରିପାରିବେ ସେ ସଂପର୍କରେ ନିମ୍ନରେ ଉଲ୍ଳେଖ କରାଯାଇଛି।
-ନିଜର ଏଟିଏମ୍ ପିନ୍ କାହାକୁ ବି କୁହନ୍ତୁ ନାହିଁ। ଯେତେ ନିଜର ଲୋକ ହୁଅନ୍ତୁ ପଛେ ଯଦି କେହି ଆପଣଙ୍କ ଏଟିଏମ୍ ପିନ୍ ଜାଣିପକାନ୍ତି ତେବେ ତହାକୁ ତୁରନ୍ତ ବଦଳାଇ ଦିଅନ୍ତୁ।
-ଏକ ଜଟିଳ ପିନ୍ ଦିଅନ୍ତୁ, ଯେମିତି ଅନ୍ୟ କେହି ଅନୁମାନ କରିପାରିବେ ନାହିଁ। ଲଗାତର ଗୋଟାଏ ସଂଖ୍ୟାକୁ ପାଖାପାଖି ରଖନ୍ତୁ ନାହିଁ।
/sambad/media/post_attachments/wp-content/uploads/2018/01/main-qimg-8d0cd0d6127845bee7651bb4398391f1-c-300x168.jpg)
-କାର୍ଡ ସ୍ୱାଇପ୍ କରିବା ବେଳେ ପୂରା ସଜାଗ ରୁହନ୍ତୁ। କେହି ଯେପରି ଆପଣଙ୍କ କାର୍ଡର ଦୁର୍ବ୍ୟବହାର କରିନପାରନ୍ତି।
-ଅନ୍ଲାଇନ୍ ନେଣଦେଣ ବେଳେ ସର୍ବସାଧାରଣରେ ଲାଗିଥିବା ଓ୍ଵାଇଫାଇ ବ୍ୟବହାର କରନ୍ତୁ ନାହିଁ, ଏହା ଅସୁରକ୍ଷିତ ହୋଇଥାଏ।
-ଅନ୍ଲାଇନ୍ରେ ଆସୁଥିବା ପ୍ରି ଅଫର୍ ବିଜ୍ଞାପନ ଦେଖି ପ୍ରଲୋଭିତ ହୋଇ କାର୍ଡ ବ୍ୟବହାର କରନ୍ତୁ ନାହିଁ।
-ପାସ୍ଓ୍ଵାର୍ଡ ବଦଳାଇବା ବେଳେ ସିକ୍ୟୁରିଟି ପ୍ରଶ୍ନର ଉତ୍ତର ଦିଅନ୍ତୁ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/sbi-story-facebook_647_122717115845.jpg)