୧୦ ଲକ୍ଷରୁ କମ୍ ଦାମ୍‌ର ୫ ସୁରକ୍ଷିତ କାର୍‌

ନୂଆଦିଲ୍ଲୀ: ଗ୍ଲୋବାଲ୍ ନିଉ କାର୍‌ ଆସେସ୍‌ମେଣ୍ଟ୍‌ ପ୍ରୋଗ୍ରାମ୍ ତରଫରୁ ଭାରତୀୟ କାର୍‌ଗୁଡ଼ିକ ତେକେ ସୁରକ୍ଷିତ ତାହାକୁ ପରୀକ୍ଷା କରାଯାଇଥିଲା। ଏହାର ଫଳାଫଳ ଆସିଯାଇଛି। ମାରୁତି ସୁଜୁକିର ଭିଟାଣା ବ୍ରିଜା ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ୪ ଷ୍ଟାର୍‌ ରେଟିଂ ହାସଲ କରିଛନ୍ତି। ଦଶ ଲକ୍ଷ ଟଙ୍କାରୁ କମ୍ ଦାମ୍‌ରେ ବଜାରରେ ବିକ୍ରି ହେଉଥିବା ୫ଟି କାର୍‌ ବିଷୟରେ ଏଠାରେ ସୂଚନା ପ୍ରଦାନ କରାଯାଇଛି।

ମାରୁତି ଭିଟାରା ବ୍ରିଜା
ମାରୁତି ସୁକୁଜିର ଏସ୍‌ୟୁଭି ଭିଟାରା ବ୍ରିଜାକୁ କ୍ରାସ୍‌ ଟେଷ୍ଟ୍‌ରେ ୪ ଷ୍ଟାର୍‌ ରେଟିଂ ମିଳିଛି। ଏହାର ଅର୍ଥ ହେଉଛି ଯାତ୍ରୀଙ୍କ ପାଇଁ ଏହି କାର୍‌ ଅତ୍ୟନ୍ତ ସୁରକ୍ଷିତ। ଏହାର ମୂଲ୍ୟ ୭.୫୮ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥିବା ବେଳ ଏହାର ଅଟୋ ଗିୟର୍‌ ଭାରିଆଣ୍ଟ୍‌ ମଧ୍ୟ ରହିଛି। ଏଥିରେ ଇବିଡି ସହିତ ଏବିଏସ୍‌, ଡ୍ରାଇଭର୍‌ ସିଟ୍ ବେଲ୍ଟ ରିମାଇଣ୍ଡର୍‌ ଓ ଆଇସୋଫିକ୍ସ ଚାଇଲ୍ଡ ସିଟ୍ ଆଙ୍କରେଜ୍ ରହିଛି।


ଟାଟା ନେକ୍ସନ୍
ଟାଟା ମୋଟର୍ସର ଏସ୍‌ୟୁଭି ନେକ୍ସନ୍‌କୁ ମଧ୍ୟ ପରୀକ୍ଷାରେ ୪ ଷ୍ଟାର୍‌ ରେଟିଂ ମିଳିଛି। ଡ୍ରାଇଭର୍‌ ଓ ଯାତ୍ରୀଙ୍କ ମୁଣ୍ଡ ଓ ବେକର ସୁରକ୍ଷା ପାଇଁ ଏଥିରେ ଉତ୍କୃଷ୍ଟ ବ୍ୟବସ୍ଥା ରହିଛି। ଏହାର ମୂଲ୍ୟ ୬.୨୩ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥିବା ବେ‌େଳ ଏଥିରେ ଡୁଆଲ୍‌ ସାମ୍ନା ଏୟାରବ୍ୟାଗ୍ ଓ ଏବିଏସ୍‌ ଭଳି ଅନେକ ନିରାପତ୍ତା ବ୍ୟବସ୍ଥା ରହିଛି।
ଟୟୋଟା ଇଟିଅସ୍‌ ଲିଭା
ଟୟୋଟା ଇଟିଅସ୍‌ ଲିଭାକୁ ମଧ୍ୟ ପରୀକ୍ଷାରେ ୪ ଷ୍ଟାର୍‌ ରେଟିଂ ମିଳିଛି। ଏଥିରେ ଏୟାରବ୍ୟାଗ୍ ଓ ସିଟ୍ ବେଲ୍‌ଟ ଭଳି ବ୍ୟବସ୍ଥା ରହିଛି ଯାହା ଉଭୟ ଯାତ୍ରୀ ଓ ଡ୍ରାଇଭର୍‌ଙ୍କୁ ସୁରକ୍ଷା ପ୍ରଦାନ କରିବ। ଏହାର ମୂଲ୍ୟ ୫.୨୫ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ଏଥିରେ ଡୁଆଲ୍ ଫ୍ରଣ୍ଟ୍‌ ଏୟାରବ୍ୟାଗ୍ ରହିଛି।


ଟାଟା ଜେଷ୍ଟ୍‌
ଟାଟା ମୋଟରସ୍‌ର ସେଦାନ ଜେଷ୍ଟ୍‌କୁ ମଧ୍ୟ ୪ ଷ୍ଟାର୍‌ ରେଟିଂ ମିଳିଛି। ଏଥିରେ ସାମ୍ନା ଡୁଆଲ୍ ଏୟାରବ୍ୟାଗ୍ ଓ ସିଟ୍ ‌ବେଲ୍ଟ ରିମାଇଣ୍ଡର୍‌ ଭଳି ନିରାପତ୍ତା ବ୍ୟବସ୍ଥା ରହିଛି। ଏହାର ମୂଲ୍ୟ ୫.୫୪ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି।
ଫକ୍ସୱାଗନ୍ ପୋଲୋ
ଏହାକୁ ମଧ୍ୟ ୪ ଷ୍ଟାର୍‌ ରେଟିଂ ମିିଳିଛି। ନିରାପତ୍ତା ବ୍ୟବସ୍ଥା ଭାବେ ଏଥିରେ ଡୁଆଲ୍‌ ଏୟାରବ୍ୟାଗ୍ ଓ ଏବିଏସ୍‌ ରହିଛି। ଯାତ୍ରୀ ଓ ଡ୍ରାଇଭର୍‌ଙ୍କ ବେକ ଓ ମୁଣ୍ଡକୁ ସୁରକ୍ଷା ପ୍ରଦାନ କରିବା ଭଳି ସ୍ବତନ୍ତ୍ର ବ୍ୟବସ୍ଥା ଏଥିରେ ରହିଛି। ଏହାର ମୂଲ୍ୟ ୫.୫୩ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର