ସାଗର ସିମେଣ୍ଟ୍‌ର ଯାଜପୁର ପ୍ଲାଣ୍ଟ ୨୦୨୧ରେ କାର୍ଯ୍ୟକ୍ଷମ ହେବ

ବିଶାଖାପାଟନାରେ ବିଜନେସ୍ ଆସୋସିଏଟ୍ ମିଟ୍

ଭୁବନେଶ୍ବର: ସାଗର ସିମେଣ୍ଟସ ଲିମିଟେଡର ଯାଜପୁରସ୍ଥିତ ପ୍ଲାଣ୍ଟ ଆସନ୍ତା ୨୦୨୧ରେ କାର୍ଯ୍ୟକ୍ଷମ ହେବ। ଏହି କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୧.୫ ନିୟୁତ ଟନ୍ ରହିଛି। ଏଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି ବୋଲି ବିଶାଖାପାଟନାଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ହୋଟେଲ ମାରିଅଟ୍ ପରିସରରେ ବିଜନେସ୍ ଆସୋସିଏଟ୍‌ମାନଙ୍କର ଏକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଓଡ଼ିଶା ଏବଂ ଛତିଶଗଡ଼ର ଦକ୍ଷିଣ, କେନ୍ଦ୍ରୀୟ ଏବଂ ଉପକୂଳ ଅଞ୍ଚଳର ପ୍ରାୟ ୧୭୦ ଜଣ ଡିଲର ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ୨୦୧୮-୧୯ ଆର୍ଥିକ ବର୍ଷରେ ଡିଲରମାନେ କରିଥିବା ବ୍ୟବସାୟ ପ୍ରଦର୍ଶନକୁ ଆଧାର କରି ଡିଲରମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସାଗର ସୁପର (ପିଏସସି) ସିମେଣ୍ଟର ବଜାର ପ୍ରବେଶ କରାଯାଇଥିଲା। ଡିଲରମାନଙ୍କ ଉପସ୍ଥିତିରେ ବୟାବରମ୍ ପ୍ଲାଣ୍ଟରୁ ଏହି ସିମେଣ୍ଟର ଶୁଭାରମ୍ଭ କରାଯାଇଥିଲା। କମ୍ପାନିର ଜେଏମଡି ସମିଦି ଶ୍ରୀକାନ୍ତ ରେଡ୍ଡି, ଉପ ସଭାପତି (ବିପଣନ) ରାଜେଶ ସିଂହ ଏବଂ ଡିଜିଏମ (ବିପଣନ) ତଥା ଓଡ଼ିଶା ମୁଖ୍ୟ ବାଲ୍ ଶଙ୍କରନାରାୟଣନ୍‌ ପ୍ରମୁଖ ପ୍ରଥମ ଟ୍ରକ ସିମେଣ୍ଟ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର