‌ସେଲ୍‌ର ନୂଆ ନିର୍ଦେଶକ

ନୂଆଦିଲ୍ଲୀ: ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ (ସେଲ୍‌)ର ନୂଆ ନିର୍ଦେଶକ ( କଞ୍ଚାମାଲ ଓ ଲଜିଷ୍ଟିକ୍ସ) ଭାବେ ବିବେକ ଗୁପ୍ତା ବୁଧବାର ଦାୟିତ୍ବ ଗ୍ରହଣ କରିଛନ୍ତି। ଏନଆଇଟି, ଆହ୍ଲାବାଦରୁ ସିଭିଲ ଇଂଜିନିୟରିଂରେ ଡିଗ୍ରି କରିଥିବା ଶ୍ରୀ ଗୁପ୍ତା ୧୯୮୦ରେ ସେଲ୍‌ରେ ଯୋଗଦେଇଥିଲେ। ବିଜନେସ୍ ମ୍ୟାନେଜମେଣ୍ଟ, ପ୍ରୋଜେ‌କ୍ଟ ମ୍ୟାନେଜମେଣ୍ଟ ଏବଂ କନଷ୍ଟ୍ରକସନ ମ୍ୟାନେଜମେଣ୍ଟ ଆଦିରେ ଡିପ୍ଲୋମା କରିବା ସହିତ ଆଡଭାନ୍ସଡ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟରେ ବ୍ରିଟେନରୁ ତାଲିମ ନେଇଛନ୍ତି। ସେଲରେ ଦୀର୍ଘ ୩୮ ବର୍ଷରୁ ଊର୍ଧ୍ବ କାର୍ଯ୍ୟକାଳ ମଧ୍ୟରେ ସେ ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନ କରିଛନ୍ତି।

ସମ୍ବନ୍ଧିତ ଖବର