ଲକ୍ଷ ଲକ୍ଷ ଟଙ୍କାରେ ପହଂଚିଲାଣି ୩ ହଜାର ଟଙ୍କାରେ ଆରମ୍ଭ କରିଥିବା ସାଲାଡ ବ୍ୟବସାୟ

ପୁଣେ: ଦେଶ କରୋନା ଭାଇରସ୍ ମହାମାରୀ ସହିତ ସଂଘର୍ଷ କରୁଛି। ଲକଡାଉନ ଯୋଗୁଁ ଅଧିକାଂଶ ଲୋକ ଘରେ ସମୟ ବିତାଉଛନ୍ତି | ଏହି ସମୟରେ, ଯଦି ଆପଣ ଘରୁ ବ୍ୟବସାୟ କରିବାକୁ ଚିନ୍ତା କରୁଛନ୍ତି | ତେବେ ଆମେ ଆପଣଙ୍କୁ ଏପରି ଏକ ଯୋଜନା ବିଷୟରେ କହୁଛୁ, ଯେଉଁଠାରେ ଆପଣ କମ୍ ଟଙ୍କା ଉପଯୋଗ କରି ଅଧିକ ଟଙ୍କା ରୋଜଗାର କରିପାରିବେ | ଅତିକମରେ ୩ ହଜାର ଟଙ୍କା ପୁଞ୍ଜିନିବେଶ କରି ଆପଣ ଏହାକୁ ଆରମ୍ଭ କରିପାରିବେ | ଏହି ବ୍ୟବସାୟ ହେଉଛି – ସାଲାଡ୍ ବ୍ୟବସାୟ |

ସାଲାଡ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ, ତେଣୁ ଏହି ବ୍ୟବସାୟ ଆପଣଙ୍କୁ ଲାଭ ମଧ୍ୟ ଦେଇପାରେ | ମହାରାଷ୍ଟ୍ର ପୁଣେର ବାସିନ୍ଦା ମେଘ ବାଫନା ଗତ ବର୍ଷ ଲକଡାଉନରେ ସାଲାଡ ତିଆରି ଏବଂ ବିକ୍ରୟ ଆରମ୍ଭ କରିଥିଲେ। କିଛି ମାସ ପରେ ସେ ୭୫ ହଜାରରୁ ୧ ଲକ୍ଷ ଟଙ୍କା ଆୟ କରିଥିଲେ | ମେଘାଙ୍କ କହିବା ମୁତାବକ ମାତ୍ର ୩ ହଜାର ଟଙ୍କାରୁ ସେ ନିଜ ବ୍ୟବସାୟ ଆରମ୍ଭ କରିଥିଲେ | ସେ କହିଛନ୍ତି ଯେ ୫ ପ୍ରକାରର ସାଲାଡରୁ ତାଙ୍କ ବ୍ୟବସାୟ ଆରମ୍ଭ ହୋଇଥିଲା | ଏଥିରେ ଚଣା ଚାଟ୍, ମିକ୍ସ କର୍ଣ୍ଣ, ବିଟ୍ ରୁଟ୍, ପାସ୍ତା ସାଲାଡ୍ ଅନ୍ତର୍ଭୁକ୍ତ ଥିଲା |

ଲୋକଙ୍କର କେଉଁ ସବୁ ସାଲାଡ ପ୍ରତି ଚାହିଦା ଅଧିକ ସେ ବିଷୟରେ ଅନୁସନ୍ଧାନ କରିଥିଲେ | ଆଉ ଏହା ପରେ ସୋସିଆଲ ମିଡିଆ ସାହାଯ୍ୟରେ ସେ ନିଜ ସାଲାଡ ବାବଦରେ ପ୍ରମୋସନ କରିଥିଲେ | ୫୯ ଟଙ୍କା ଓ ୬୯ ଟଙ୍କାରେ ସେ ସାଲାଡର ମୂଲ୍ୟ ଧାର୍ଯ୍ୟ କରିଥିଲେ | ପ୍ରଥମେ ଲାଭ ନାହିଁ ବା କ୍ଷତି ନାହିଁ ଢାଞ୍ଚାରେ ସେ ବ୍ୟବସାୟ ଆରମ୍ଭ କରିଥିଲେ | କିନ୍ତୁ ଦେଢ଼ ମାସ ପରେ ସେ ଲାଭ କରିଥିଲେ | ପ୍ରତି ମାସରେ ୫ ରୁ ୭ ହଜାର ଟଙ୍କା ସଞ୍ଚୟ କରିବା ସହ ଧିରେ ଧିରେ, ଗ୍ରାହକ ବଢିବା ସହିତ ଲାଭ ବଢିବାକୁ ଲାଗିଥିଲା । ଲକଡାଉନ୍ ବେଳକୁ ତାଙ୍କର ୨୦୦ ଗ୍ରାହକ ଥିଲେ ଏବଂ ମାସକୁ ୭୫ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସେ ଆୟ କରୁଛନ୍ତି |

ସମ୍ବନ୍ଧିତ ଖବର