ଭୁବନେଶ୍ୱର: ଆଇନ ବିଭାଗ କର୍ମଚାରୀଙ୍କ ଦରମାରେ ରହିଥିବା ଅସଂଗତିକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କର୍ମଚାରୀମାନେ ଏ ସଂପର୍କରେ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ଅର୍ଥମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଆଇନ ସଚିବ, ଅର୍ଥ ସଚିବଙ୍କୁ ଅବଗତ କରାଇଛନ୍ତି। ତେବେ ଏ ନେଇ କୌଣସି ସମାଧାନ ହୋଇ ନଥିବାରୁ କର୍ମଚାରୀଙ୍କ ମଧ୍ୟରେ ଥିବା ଅସନ୍ତୋଷ ବିସ୍ଫୋରକ ରୂପ ନେବାର ଆଶଙ୍କା ରହିଛି। ଆଇନ ବିଭାଗ କର୍ମଚାରୀଙ୍କ ପାଇଁ କୌଣସି କ୍ୟାଡର ରୁଲ୍ ନଥିବା ଆଳ ଦେଖାଇ ଅର୍ଥ ବିଭାଗ ଗ୍ରେଡ୍ ପେ ସଂଶୋଧନ କରୁନାହିଁ। କିନ୍ତୁ ଏଜିଙ୍କ କାର୍ଯ୍ୟାଳୟ, ସରକାରୀ ଓକିଲ ଓ ସେଣ୍ଟ୍ରାଲ ଆଡ୍ମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ ଆଦିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ବେତନ ଅର୍ଥ ବିଭାଗ ପକ୍ଷରୁ ଲାଗୁ କରାଯାଇଛି। ଦରମା ଅସଂଗତି ଦୂର କରି ବର୍ଦ୍ଧିତ ଗ୍ରେଡ୍ ପେ ୨୦୧୩ ଜାନୁଆରିରୁ ଲାଗୁ କରିବାକୁ ଦାବି ହୋଇଛି।
ଦରମା ଅସଂଗତି ଯୋଗୁ ଆଇନ ବିଭାଗ କର୍ମଚାରୀଙ୍କ ଅସନ୍ତୋଷ
/sambad/media/post_attachments/wp-content/uploads/2018/01/Secretariat_Bhubaneswar_2-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)