ନୂଆଦିଲ୍ଲୀ: ମାସିକ ୨୧ ହଜାର ଟଙ୍କା ପର୍ଯ୍ୟନ୍ତ ବେତନ ପାଉଥିବା ସଂଗଠିତ କ୍ଷେତ୍ରର କର୍ମଚାରୀମାନଙ୍କୁ ଇପିଏଫ୍ ପରିସରରେ ସାମିଲ କରିବା ଲାଗି କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି)ର ପ୍ରସ୍ତାବକୁ କାର୍ଯ୍ୟକାରୀ ନକରିବା ପାଇଁ ଶ୍ରମ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଅଧିକରୁ ଅଧିକ କର୍ମଚାରୀଙ୍କୁ ସାମାଜିକ ନିରପତ୍ତା ସୁରକ୍ଷା ଯୋଗାଇ ଦେବା ଉପରେ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। ଏଥିପାଇଁ ଇପିଏଫ୍ ସୁବିଧା ପାଇବା ପାଇଁ କର୍ମଚାରୀଙ୍କ ମାସିକ ବେତନ ସୀମା ୧୫ ହଜାର ଟଙ୍କାରୁ ୨୧ ହଜାର ଟଙ୍କାରୁ ବୃଦ୍ଧି କରିବାକୁ ସିବିଟି ପୂର୍ବରୁ ପ୍ରସ୍ତାବ ଦେଇଥିଲା। ତେବେ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିଲେ ସରକାରଙ୍କ ଉପରେ ବର୍ଷକୁ ଅତିରିକ୍ତ ୩ ହଜାର କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ। ଏଥିପାଇଁ ଏହି ପ୍ରସ୍ତାବକୁ ଶୀତଳ ଭଣ୍ଡାରକୁ ସରକାର ଠେଲି ଦେଇଛନ୍ତି। ଏହି ପ୍ରସ୍ତାବ ଆଗକୁ ନ ବଢ଼ିବା ନେଇ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର ସ୍ୱୀକାର କରିଥିଲେ ମଧ୍ୟ ବର୍ତମାନ ପରିସ୍ଥିତିରେ ଏ ନେଇ ଅଧିକ କିଛି କହିପାରିବେ ନାହିଁ ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଇପିଏଫ୍ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ଗତବର୍ଷ ଶ୍ରମ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଇପିଏଫ୍ରେ ସାମିଲ ପାଇଁ କର୍ମଚାରୀଙ୍କ ବେତନ ସୀମା ୧୫ ହଜାର ଟଙ୍କାରୁ ୨୧ ହଜାର ଟଙ୍କାକୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନେଇଥିଲା। ଏହି ବୈଠକରେ ଶ୍ରମ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ।
ଇପିଏଫ୍ ପାଇଁ ବେତନ ସୀମା ବଢ଼ିବନି
/sambad/media/post_attachments/wp-content/uploads/2018/04/epfo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)