ସାଂଘାଇ: ଚୀନ୍ର ଇ-କମର୍ସ କମ୍ପାନି ଆଲିବାବା ପକ୍ଷରୁ ଚଳିତବର୍ଷର ସିଙ୍ଗଲ୍ସ ଡେ’ ପାଳନରେ ରେକର୍ଡ ପରିମାଣର ସାମଗ୍ରୀ ବିକ୍ରି ହୋଇଛି। ଗତ କିଛି ବର୍ଷ ହେଲା କମ୍ପାନି ପ୍ରତିବର୍ଷ ନଭେମ୍ବର ୧୧ ତାରିଖରେ ସିଙ୍ଗ୍ଲ ଡେ ସେଲ୍ ଉତ୍ସବ ପାଳନ କରିଆସୁଛି। ଚଳିତ ସଂସ୍କରଣର ବିକ୍ରି ଶୁକ୍ରବାର ମଧ୍ୟରାତ୍ରିରୁ (୧୨ଟାରୁ) ଆରମ୍ଭ ହୋଇଥିଲା। ବିକ୍ରି ଆରମ୍ଭ ହେବାର ୨ ମିନିଟ ମଧ୍ୟରେ ମୋଟ ବିକ୍ରି ପରିମାଣ ୧ ବିଲିଅନ ଡଲାର ଟପି ଯାଇଥିଲା। ସେହିଭଳି ଘଣ୍ଟାଏରୁ ଅଳ୍ପ କିଛି ଅଧିକ ସମୟ ମଧ୍ୟରେ କମ୍ପାନିର ବିକ୍ରି ୧୦ ବିଲିଅନ୍ ଡଲାର ଛୁଇଁଥିଲା। ଏପରିକି ଗତବର୍ଷ ଗୋଟିଏ ଦିନରେ ଯେତିକି ବିକ୍ରି ହୋଇଥିଲା ଚଳିତବର୍ଷ ତାଠାରୁ ଅଧିକ ବିକ୍ରି ଆଜି ମଧ୍ୟାହ୍ନ ସୁଦ୍ଧା ହୋଇ ଯାଇଥିଲା। ଆଜି ମଧ୍ୟାହ୍ନ ସୁଦ୍ଧା ଆଲିବାବାର ବିକ୍ରି ରେକର୍ଡ ୧୮ ବିଲିଅନ ଡଲାରରେ ପହଞ୍ଚି ଯାଇଥିଲା। ଚୀନ୍ରେ ଆରମ୍ଭ ହୋଇଥିବା ଏହି ସିଙ୍ଗଲ୍ସ ଡେ’ ସେଲ୍ର ବିକ୍ରି ପରିମାଣ ଆମେରିକାରେ କଳା ଶୁକ୍ରବାର ଏବଂ ସାଇବର ସୋମବାରରେ ହେଉଥିବା ମୋଟ ବିକ୍ରି ତୁଳନାରେ ଅଧିକ ରହିଛି। ଗତବର୍ଷ ସିଙ୍ଗଲ୍ସ ଡେ’ ସେଲ୍ରେ ମୋଟ ବିକ୍ରି ୧୭.୭ ବିଲିଅନ ଡଲାର ରହିଥିଲା। ନଭେମ୍ବର ୧୧ରେ ହୋଇଥିବା ବିକ୍ରିକୁ ଗ୍ରାହକଙ୍କ ନିକଟକୁ ପଠାଇବା ପାଇଁ ଡେଲିଭରି ବଏ୍ ଏବଂ ରୋବଟ୍ଗୁଡ଼ିକୁ ପ୍ରାୟ ୬ ଦିନ ଲାଗିଯିବ ବୋଲି ଅନୁମାନ କରାଯାଉଛି। ଏହି ସେଲ୍ ଆରମ୍ଭ ହେବା ପୂର୍ବରୁ ଅଭିନେତା, ଅଭିନେତ୍ରୀ, ସଙ୍ଗୀତଙ୍ଗ ମାନଙ୍କୁ ନେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଲିବାବାର ସହ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଜ୍ୟାକ୍ ମା ଓ ସହ ପ୍ରତିଷ୍ଠାତା ତଥା ଉପାଧ୍ୟକ୍ଷ ଯୋଶେଫ ସାଇ ଉପସ୍ଥିତ ଥିଲେ। ଏହାପରେ ସେଲ୍ ଆରମ୍ଭ ହୋଇଥିଲା। ୨୪ ଘଣ୍ଟା ପାଇଁ ଅର୍ଥାତ୍ ଶନିବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଏହି ସେଲ୍ ହେଉଛି।
ଘଣ୍ଟାକରେ ୧୦ ବିଲିଅନ ଡଲାର ବିକ୍ରି
ଚୀନ୍ରେ ଆଲିବାବାର ସିଙ୍ଗଲ୍ସ ଡେ’ ସେଲ୍
/sambad/media/post_attachments/wp-content/uploads/2017/11/library_logos_alibababv_large.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)