ରାଉରକେଲା: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ(ସେଲ୍)ର ଅର୍ଥ ନିର୍ଦ୍ଦେଶକ ଅନୀଲ କୁମାର ଚୌଧାରୀ ଏହି ମହାରତ୍ନ କମ୍ପାନିର ପରବର୍ତ୍ତୀ ଅଧ୍ୟକ୍ଷ ହେବେ। ଚଳିତ ମାର୍ଚ୍ଚ ପହିଲାରେ ସାଧାରଣ ଉଦ୍ୟୋଗ ମନ୍ତ୍ରାଳୟର ଚୟନ ବୋର୍ଡ଼ (ପିଇଏସ୍ବି) ୫ ଜଣ ଆଶାୟୀଙ୍କ ସାକ୍ଷାତକାର ନେବା ପରେ ଏହି ଗୁରୁତ୍ୱପୂର୍ଣ୍ଣ ପଦ ପାଇଁ ଶ୍ରୀ ଚୌଧାରୀଙ୍କ ନାମ ସୁପାରିସ୍ କରିଛନ୍ତି। କ୍ୟାବିନେଟ୍ କମିଟିର ଔପଚାରିକ ଅନୁମୋଦନ ପରେ ତାଙ୍କୁ ସେଲ୍ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିବ। ୨୦୧୫ ଡିସେମ୍ବର ୧୦ରୁ କାର୍ଯ୍ୟରତ ଅଧ୍ୟକ୍ଷ ପି.କେ.ସିଂହଙ୍କ କାର୍ଯ୍ୟକାଳ ଆସନ୍ତା ଜୁନ୍ ୩୦ରେ ଶେଷ ହେଉଥିବାରୁ ଶ୍ରୀ ଚୌଧାରୀ ଜୁଲାଇ ପହିଲାରୁ ତାଙ୍କ ସ୍ଥାନରେ ଆନୁଷ୍ଠାନିକ ଭାବେ ଯୋଗ ଦେବେ। ସୂଚନାଯୋଗ୍ୟ, ଶ୍ରୀ ଚୌଧାରୀ ୧୯୮୪ରେ ସେଲ୍ରେ କନିଷ୍ଠ ପ୍ରବନ୍ଧକ (ଅର୍ଥ ଓ ପ୍ରଶାସନ) ଭାବେ ଯୋଗ ଦେଇଥିଲେ। ଦୀର୍ଘ ୨୭ ବର୍ଷର ଅଭିଜ୍ଞତା ପରେ ୨୦୧୧ ଅଗଷ୍ଟରେ ସେ ଏହି ମହାରତ୍ନ କମ୍ପାନିର ଅର୍ଥ ନିର୍ଦ୍ଦେଶକ ହେବା ପୂର୍ବରୁ ବୋକାରୋ ଷ୍ଟିଲ୍ ପ୍ଲାଣ୍ଟର ନିର୍ବାହୀ ନିର୍ଦ୍ଦେଶକ (ଅର୍ଥ ଓ ପ୍ରଶାସନ) ଥିଲେ। ତା’ ପୂର୍ବରୁ ସେ ସେଲ୍ ମୁଖ୍ୟାଳୟରେ କିଛି ବର୍ଷ ଏହି ବିଭାଗର ମହାପ୍ରବନ୍ଧକ ଥିଲେ।
ଏ କେ ଚୌଧାରୀ ସେଲ୍ର ନୂଆ ଅଧ୍ୟକ୍ଷ
/sambad/media/post_attachments/wp-content/uploads/2018/03/AK-Chyodhar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)