ଗତମାସରେ ସବୁଠାରୁ ଅଧିକ ବିକ୍ରି ହୋଇଛି ଏହି କାର!

ନୂଆଦିଲ୍ଲୀ: ଗତ ମାସ(ମାର୍ଚ୍ଚ) ଅନେକ କାର ନିର୍ମାତାମାନଙ୍କୁ ଖୁସି ଖବର ଦେଇଛି | ଟାଟା ମୋଟର୍ସ, ମହିନ୍ଦ୍ରା ଏବଂ କିଆ ମୋଟର୍ସର କାର ବିକ୍ରି ବଢ଼ିଥିଲେ ବି ମାରୁତି ସୁଜୁକି ସର୍ବାଧିକ ଯାନ ବିକ୍ରୟ କରୁଥିବା କମ୍ପାନୀ ହୋଇପାରିଛି | ମାର୍ଚ୍ଚରେ, ଶସ୍ତା ହ୍ୟାଚବ୍ୟାକ୍ ପୁଣିଥରେ ପ୍ରାଧାନ୍ୟ ବିସ୍ତାର କରିଛି | ଗତ ମାସରେ ଦେଶର ସର୍ବାଧିକ ବିକ୍ରି ହେଉଥିବା କାର ହେଉଛି ମାରୁତି ସୁଜୁକି ୱାଗନଆର | ଏହାର ସମୁଦାୟ ୨୪,୬୩୪ଟି ୟୁନିଟ୍ ବିକ୍ରି ହୋଇଥିବାବେଳେ ଗତବର୍ଷ ତୁଳନାରେ ୩୧.୩୩ ପ୍ରତିଶତ ଅଭିବୃଦ୍ଧି ପଞ୍ଜିକୃତ କରିଛି |

ମାରୁତି ମାର୍ଚ୍ଚରେ ୱାଗନ୍ଆରକୁ ଅପଡେଟ୍ କରି ଏହାକୁ ଏକ ନୂତନ ଅବତାରରେ ଲଞ୍ଚ କରିଛି | ଏହାର ମୂଲ୍ୟ ୫.୩୯ ଲକ୍ଷରୁ ୭.୧ ଲକ୍ଷ ଟଙ୍କା ମଧ୍ୟରେ ରହିଛି | ସର୍ବାଧିକ କାର ବିକ୍ରି ତାଲିକାରେ ମାରୁତି ଡିଜାଏର(୧୮,୬୨୩ ୟୁନିଟ୍) ତାଲିକାର ଦ୍ୱିତୀୟ ସ୍ଥାନରେ ଏବଂ ମାରୁତି ବାଲେନୋ(୧୪,୫୨୦) ତୃତୀୟ ସ୍ଥାନରେ ଅଛି।

ସେହିପରି, ଚତୁର୍ଥ ସ୍ଥାନରେ ଟାଟା ନେକ୍ସନ୍ ଥିବାବେଳେ ୧୪,୩୧୫ ୟୁନିଟ୍ ବିକ୍ରି ହୋଇଛି | ମାରୁତି ସୁଜୁକି ସ୍ବିଫ୍ଟ ପାଞ୍ଚ ନମ୍ବରରେ ଥିବାବେଳେ ଗତ ମାସରେ ୧୩,୬୨୩ ୟୁନିଟ୍ ବିକ୍ରି ହୋଇଛି | ତାଲିକାରେ ମାରୁତି ବ୍ରେଜା ଷଷ୍ଠ ସ୍ଥାନରେ ଥିବାବେଳେ ହୁଣ୍ଡାଇ କ୍ରେଟା ସପ୍ତମ ସ୍ଥାନରେ ଅଛି | ଅଷ୍ଟମ ସ୍ଥାନରେ ଟାଟା ପଞ୍ଚ ଥିବାବେଳେ ନଅ ନମ୍ବର ସ୍ଥାନରେ ହୁଣ୍ଡାଇ ଆଇ୧୦ ନିଓସ୍ ଏବଂ ଦଶ ନମ୍ବରରେ ମାରୁତି ଇକୋ ରହିଛି |

ସମ୍ବନ୍ଧିତ ଖବର