ନୂଆଦିଲ୍ଲୀ: ଲୋକମାନଙ୍କ ବ୍ୟକ୍ତିଗତ ଓ ଗୋପନୀୟ ତଥ୍ୟ ଇଣ୍ଟରନେଟ୍ ଜଗତରେ ବିକ୍ରି କରାଯାଉଛି। ମାତ୍ର ୩୫୦୦ ଟଙ୍କା ଭଳି କମ୍ ମୂଲ୍ୟରେ ଏହି ମୂଲ୍ୟବାନ ତଥ୍ୟ ସବୁ ବିକ୍ରି ହେଉଛି। କ୍ୟାସ୍ପର୍ସ୍କାଏ ଲ୍ୟାବ୍ ଏହି ତଥ୍ୟ ଜାରି କରିଛି।
ସାଇବର୍ ନିରାପତ୍ତା ସମାଧାନ ପ୍ରଦାନ କରୁଥିବା ଏହି ସଂସ୍ଥା କହିଛି ଯେ, ଡାର୍କ ୱେବ୍ରେ (ଇଣ୍ଟରନେଟ୍ର ଅନ୍ଧାରୀ ବଜାର) ଲୋକମାନଙ୍କ କ୍ରେଡିଟ୍ କାର୍ଡ ତଥ୍ୟ ବିକ୍ରି କରାଯାଉଛି। ଉବର୍, ଗେମିଂ ସାଇଟ୍ କିମ୍ବା ଅଶ୍ଳିଳ ୱେବ୍ସାଇଟ୍ରେ ଲୋକମାନେ ନିଜର ଯେଉଁ ତଥ୍ୟ ସେଭ୍ (ସଂରକ୍ଷିତ) କରୁଛନ୍ତି ତାହା ସହଜରେ ବିକ୍ରି ପାଇଁ ଉପଲବ୍ଧ ହେଉଛି। ସାଇବର୍ ଅପରାଧୀମାନେ ଏହି ସବୁ ତଥ୍ୟ ଚୋରି କରି ବିକ୍ରି କରୁଛନ୍ତି।
ସାଇବର୍ ଜଗତରେ ସକ୍ରିୟ ଥିବା ଅପରାଧୀମାନେ ଲୋକମାନଙ୍କ ସୋସିଆଲ୍ ମିଡିଆରେ ଥିବା ତଥ୍ୟ, ବ୍ୟାଙ୍କ ବିବରଣୀ, ସେମାନଙ୍କ କମ୍ପ୍ୟୁଟର କିମ୍ବା ସର୍ଭର୍ରେ ଥିବା ତଥ୍ୟ ଏବଂ ଉବର୍, ନେଟ୍ଫ୍ଲିକ୍ସ ଭଳି ଲୋକପ୍ରିୟ ସାଇଟ୍ କିମ୍ବା ଆପ୍ରେ ଥିବା ତଥ୍ୟକୁ ଚୋରି କରୁଛନ୍ତି। ସେମାନେ ଗେମିଂ ୱେବସାଇଟ୍, ଡେଟିଂ ଆପ୍ ଓ ଅଶ୍ଳିଳ ସାଇଟ୍ରୁ ମଧ୍ୟ ତଥ୍ୟ ଚୋରାଉଛନ୍ତି। ଏହି ଅପରାଧୀମାନେ କ୍ରେଡିଟ୍ କାର୍ଡ ତଥ୍ୟ ଚୋରାଇବା ଉପରେ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି।
ସାଇବର୍ ଅପରାଧୀମାନେ ୱେବସାଇଟ୍ କିମ୍ବା ଆପ୍ରେ ସୁରକ୍ଷା ପ୍ରାଚୀର ଭାଙ୍ଗି ପାସ୍ୱାର୍ଡ ଚୋରାଇ ନିଅନ୍ତି। ଯେହେତୁ ଅଧିକାଂଶ ଲୋକ ବିଭିନ୍ନ ପ୍ରକାର ଆପ୍ ଓ ୱେବସାଇଟ୍ ପାଇଁ ସମାନ ପାସ୍ୱାର୍ଡ ବ୍ୟବହାର କରନ୍ତି, ତେଣୁ ସେମାନଙ୍କ ପାଇଁ ଅନେକ ପ୍ରକାର ତଥ୍ୟ ଚୋରାଇବା ସହଜ ହୋଇଯାଏ।
କ୍ୟାସ୍ପର୍ସ୍କାଏ ଲ୍ୟାବ୍ ପକ୍ଷରୁ କୁହାଯାଇଛି ଯେ, ଯେଉଁମାନଙ୍କ ତଥ୍ୟ ଚୋରି ହେଉଛି ସେମାନଙ୍କ ପ୍ରତି ବଡ଼ ଧରଣର ବିପଦ ରହିଛି। କାରଣ ତାଙ୍କ ନାମରେ କେହି ଅନ୍ୟ ବ୍ୟକ୍ତି ତାଙ୍କ ଅଜାଣତରେ ବିପୁଳ ପରିମାଣର ଋଣ ନେଇଯାଇପାରିବେ। ଚୋରି ହୋଇଥିବା ତଥ୍ୟ ଯୋଗୁ ଲୋକଙ୍କ ମାନ ସମ୍ମାନ ହାନି ହେବାର ଆଶଙ୍କା ରହିଛି। ତେଣୁ ତଥ୍ୟର ଗୋପନୀୟତା ଓ ସୁରକ୍ଷାକୁ ନେଇ ସମସ୍ତେ ସଚେତନତ ହେବା ଦରକାର େବାଲି କ୍ୟାସ୍ପର୍ସ୍କାଏ ଲ୍ୟାବ୍ ପକ୍ଷରୁ କୁହାଯାଇଛି।
ବିକ୍ରି ହେଉଛି ବ୍ୟକ୍ତିଗତ ତଥ୍ୟ
୩୫୦୦ ଟଙ୍କାରେ ବିକ୍ରି ହେଉଛି O ସାଇବର୍ ଅପରାଧୀO ବିକୁଛନ୍ତି ଚୋରି ହେଉଛି କ୍ରେଡିଟ୍ କାର୍ଡ ତଥ୍ୟ
/sambad/media/post_attachments/wp-content/uploads/2018/12/secret-point.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)