ଭୁବନେଶ୍ବର: କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ସହରାଞ୍ଚଳରେ ଲାଗୁ କରାଯାଇଥିବା ଦୁଇ ଦିନିଆ ସଟ୍ଡାଉନ୍ ଯୋଗୁଁ ପେଟ୍ରୋଲଏବଂ ଡିଜେଲ ବିକ୍ରି ୯୦ ପ୍ରତିଶତ କମିଯାଇଛି। ଦୁଇ ଦିନରେ ଏ ବାବଦରେ ବିପୁଳ କ୍ଷତି ହୋଇଛି। ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସୂଚନା ଅନୁଯାୟୀ ରାଜ୍ୟରେ ଦିନକୁ ପ୍ରାୟ ୨୮,୨୯,୦୦୦ ଲିଟର ପେଟ୍ରୋଲ ଏବଂ ୮୩,୦୫, ୦୦୦ ଲିଟର ଡିଜେଲ ବିକ୍ରି ହୋଇଥାଏ। ଆଜିର ମୂଲ୍ୟ ଦୃଷ୍ଟିରୁ ରାଜ୍ୟରେ ଦୈନିକ ପ୍ରାୟ ୧୦୦ କୋଟି ଟଙ୍କାର ପେଟ୍ରୋଲ ଏବଂ ଡିଜେଲ ବିକ୍ରି ହୋଇଥାଏ। ଏଣୁ ଦୁଇ ଦିନରେ ୨୦୦ କୋଟି ଟଙ୍କାର ପେଟ୍ରୋଲ ଏବଂ ଡିଜେଲ ବିକ୍ରି ହୋଇଥାନ୍ତା। କିନ୍ତୁ ସଟଡାଉନ୍ କାରଣରୁ ଦୁଇଦିନରେ ପ୍ରାୟ ୧୭୫କୋଟି ଟଙ୍କା ମୂଲ୍ୟର ପେଟ୍ରୋଲ ଓ ଡିଜେଲ ବିକ୍ରି ହୋଇପାରିନାହିଁ।
ବିକ୍ରି ପ୍ରଭାବିତ ହେବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିପୁଳ ପରିମାଣର ଟିକସ ମଧ୍ୟ ହରାଇଛନ୍ତି। ପେଟ୍ରୋଲ ଉପରେ ସରକାର ୩୨ ପ୍ରତିଶତ ଏବଂ ଡିଜେଲ ଉପରେ ୨୮ ପ୍ରତିଶତ ଭାଟ୍ ଆଦାୟ କରୁଛନ୍ତି। ସେହିଭଳି କେନ୍ଦ୍ର ସରକାର ଲିଟର ପିଛା ପେଟ୍ରୋଲ ଉପରେ ୩୨ ଟଙ୍କା ୯୦ ପଇସା ଏବଂ ଡିଜେଲ ଉପରେ ୩୧ ଟଙ୍କା ୮୦ ତ୍ପାଦ ଶୁଳ୍କ ଆଦାୟ କରିଥାନ୍ତି। ବିକ୍ରି ପ୍ରଭାବିତ ଏବଂ ରାଜସ୍ବ ହାନି ହୋଇଥିଲେ ମଧ୍ୟ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଂଜୟ ଲାଠ୍ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/petrol-1.jpg)