ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ପ୍ରଥମ ତୈମାସିକରେ ସୋନାଲିକା ଟ୍ରାକ୍ଟର୍ସ ୩୯,୨୭୪ ଟ୍ରାକ୍ଟର ବିକ୍ରି କରି ଗତବର୍ଷ ତୁଳନାରେ ୧୮% ଅଭିବୃଦ୍ଧି ହାସଲ କରିଛି। ୨୦୨୧-୨୨ର ପ୍ରଥମ ତ୍ରୈମାସିକରେ କଂପାନି ୩୨,୨୧୫ଟି ଟ୍ରାକ୍ଟର ବିକ୍ରି କରିଥିଲା। ବିକ୍ରି ଫଳାଫଳକୁ ନେଇ କଂପାନି ବେଶ ଉତ୍ସାହିତ ହୋଇପଡ଼ିଥିବା ବେଳେ ଆସନ୍ତା ସିଜିନ ପାଇଁ ନିଜକୁ ପ୍ରସ୍ତୁତ ରଖିଛି। ଏମ୍ଏସ୍ପିରେ ସରକାର ବୃଦ୍ଧି କରିଥିବାରୁ ଚଳିତ ବର୍ଷ ଟ୍ରାକ୍ଟର ଚାହିଦା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ସାରା ଦେଶରେ ମୌସୁମୀ ପହଞ୍ଚିଥିବାରୁ ଚାଷୀମାନଙ୍କ ଆହ୍ବାନର ମୁକାବିଲା କରିବା ଲାଗି ସୋନାଲିକା ଟ୍ରାକ୍ଟର୍ସ ଆଗରେ ରହିବାକୁ ଆଶା ରଖିଛି।
ଏହି ଅବସରରେ ଇଣ୍ଟରନ୍ୟାସନାଲ୍ ଟ୍ରାକ୍ଟର୍ସ ଲିମିଟେଡ୍ର ଯୁଗ୍ମ ପରିଚାଳନା ନିର୍ଦେଶକ ରମଣ ମିତ୍ତଲ କହିଛନ୍ତି ଯେ ମାସ ପରେ ମାସ ଚାଷୀମାନଙ୍କ ଆଶାକୁ ପୂରଣ କରୁଥିବାରୁ ଆମେ ଉଭୟ ଉତ୍ପାଦ ଓ ପ୍ରଦର୍ଶନ ଦୃଷ୍ଟିରୁ ଆମ ପାଇଁ ନୂତନ ମାନଦଣ୍ଡ ନିର୍ଧାରଣ କରିଛୁ। ୧୮% ଅଭିବୃଦ୍ଧି ଏହା ଜଣାଉଛି ଯେ ଆମେ ଚାଷୀ ଓ ଆଞ୍ଚଳିକ ବଜାରର ଆବଶ୍ୟକତାକୁ ଭଲ ଭାବେ ବୁଝିଛୁ। ଚାଷୀମାନଙ୍କ ଉତ୍ପାଦନ ଓ ଆୟ ବୃଦ୍ଧିକୁ ନିଶ୍ଚିତ କରିବା ଲାଗି ସେମାନଙ୍କ ଆବଶ୍ୟକତା ପୂରଣ କରିବା କାର୍ଯ୍ୟକୁ ଆମେ ଜାରି ରଖିବୁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/8h987h987hsf7fh.jpg)