ନୂଆଦିଲ୍ଲୀ: ଟ୍ରାକ୍ଟର ବିକ୍ରି ଓ ଉତ୍ପାଦନରେ ସୋନାଲିକା ଏହାର ପ୍ରଦର୍ଶନ ଜାରି ରଖିଛି। ଚଳିତ ବର୍ଷ ଏପ୍ରିଲ୍ରେ କଂପାନି ୧୨,୩୨୮ଟି ଟ୍ରାକ୍ଟର ବିକ୍ରି କରିଛି। ଦେଶ ଭିତରେ କଂପାନି ୧୦,୨୧୭ଟି ଟ୍ରାକ୍ଟର ବିକ୍ରି କରି ୪୩.୫% ବୃଦ୍ଧି ହାସଲ କରିଛି ଯାହା ଟ୍ରାକ୍ଟର ଶିଳ୍ପର ୪୧% ଅଭିବୃଦ୍ଧି ଠାରୁ ଅଧିକ। ୨୦୨୧ ଏପ୍ରିଲ୍ରେ କଂପାନି ଦେଶ ଭିତରେ ୭,୧୨୨ଟି ଟ୍ରାକ୍ଟର ବିକ୍ରି କରିଥିଲା। ଚାଷୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କଂପାନି ଏହାର ଉତ୍ପାଦଗୁଡ଼ିକୁ ବିକଶିତ କରୁଥିବା ସେଗୁଡ଼ିକ ଗ୍ରହଣୀୟ ହେଉଛି। ସେଥିପାଇଁ ଦୁଇ ବର୍ଷରେ କଂପାନିର ରପ୍ତାନିରେ ଦୁଇ ଗୁଣା ବୃଦ୍ଧି ହୋଇଛି। ଗତ ପାଞ୍ଚ ବର୍ଷ ଧରି କଂପାନି ବର୍ଷକୁ ୧ ଲକ୍ଷରୁ ଅଧିକ ହେଭି ଡ୍ୟୁଟି ଟ୍ରାକ୍ଟର ବିକି କରୁଛି। ଏ ସମ୍ପର୍କରେ କଂପାନିର ଯୁଗ୍ମ ପରିଚାଳନା ନିର୍ଦେଶକ ରମଣ ମିତ୍ତଲ କହିଛନ୍ତି ଯେ, ଏପ୍ରିଲ୍ରେ ୧୨,୩୨୮ ଟ୍ରାକ୍ଟର ବିକ୍ରି ସହ ୪୩.୫% ଅଭିବୃଦ୍ଧି ହାସଲ କରି ଆମେ ଶିଳ୍ପ ଅଭିବୃଦ୍ଧିକୁ ଅତିକ୍ରମ କରିପାରିଛୁ। ଆମର ଉନ୍ନତ ପ୍ରଯୁକ୍ତି ବିଶିଷ୍ଟ ଓ ଚାଷୀମାନଙ୍କ ଆବଶ୍ୟକତାକୁ ସୁହାଇବା ଭଳି ଉତ୍ପାଦ ଉପର ବିଶ୍ବାସ ପ୍ରକଟ କରିଥିବାରୁ ସେ ଗ୍ରାହକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସୋନାଲିକା ଟ୍ରାକ୍ଟର ବିକ୍ରିରେ ୪୩.୫% ବୃଦ୍ଧି
/sambad/media/post_attachments/wp-content/uploads/2021/07/Sonalika-Tiger-Tractor.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)