ଟୟୋଟା ଟାଇଜର୍‌ ବିକ୍ରି ଆରମ୍ଭ

ଭୁବନେଶ୍ବର: ଟୟୋଟା କିର୍ଲୋସ୍କରର ନୂଆ ଅର୍ବାନ କ୍ରୁଜର ଟାଇଜର୍‌ର ବିକ୍ରି ‘କ୍ୟାପିଟାଲ୍ ଟୟୋଟା’ରେ ଆରମ୍ଭ ହୋଇଯାଇଛି। ‌ପେଟ୍ରୋଲ୍ ଓ ଇ-ସିଏନ୍‌ଜି ବିକଳ୍ପରେ ଉପଲବ୍ଧ ହୋଇଥିବା ଟାଇଜର୍‌ର ଆଧୁନିକ ଷ୍ଟାଇଲ୍‌, ଅତ୍ୟାଧୁନିକ ସୁବିଧାସୁଯୋଗ ଓ ଉନ୍ନତ ପ୍ରଯୁକ୍ତିର ସମିଶ୍ରଣ ରହିଛି। ଟାଇଜର୍‌ର ଉନ୍ମୋଚନ ଅବସରରେ ଷ୍ଟେଟ୍‌ ବ୍ୟାଙ୍କର ମହାପ୍ରବନ୍ଧକ ଚିତ୍ତରଞ୍ଜନ ସାମନ୍ତରାୟ, କ୍ୟାପିଟାଲ୍ ଟୟୋଟାର ଅଧ୍ୟକ୍ଷ ସତିଶ ଗର୍ଗ, ନିର୍ଦ୍ଦେଶକ ସିଦ୍ଧାର୍ଥ ଗର୍ଗ, ମହାପ୍ରବନ୍ଧକ ଚମ୍ପକ କୁମାର ଦାସ ଓ ମାର୍କେଟିଂ ପରିଚାଳକ ସୁଶାନ୍ତ କୁମାର ସାହୁ ଉପସ୍ଥିତ ଥିଲେ।

ଭାରତୀୟ ଗ୍ରାହକମାନଙ୍କ ସ୍ବତନ୍ତ୍ର ଆବଶ୍ୟକତାକୁ ଦୃଷ୍ଟିରେ ରଖି କମ୍ପାନି ପକ୍ଷରୁ ଟାଇଜର୍‌ର ଭିତର ପାର୍ଶ୍ବକୁ ପ୍ରସ୍ତୁତ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏଥିରେ ୬ ଏୟାରବ୍ୟାଗ୍, ଯାନ ସ୍ଥିରତା ନିୟନ୍ତ୍ରଣ ସହିତ ହିଲ୍ ହୋଲ୍ଡ ଆସିଷ୍ଟ, ୩୬୦ ଡିଗ୍ରି ଭିଉ କ୍ୟାମେରା, ପଛ ପାର୍କିଂ ସେନ୍‌ସର୍‌, ଏବିଏସ୍ ସହିତ ଇବିଡି ଭଳି ସୁବିଧା ରହିଛି। ଉଭୟ ଗୋଟିଏ ଟୋନ୍ ଓ ଦୁଇ ଟୋନ୍ ରଙ୍ଗରେ ଟାଇଜର୍‌ ଉପଲବ୍ଧ ହୋଇଛି। ଏହାର ଡେଲିଭରି ଚଳିତ ମାସରୁ ଆରମ୍ଭ ହୋଇଛି। ଗ୍ରାହକମାନେ ଡିଲର୍‌ସିପ୍‌ରେ ପହଞ୍ଚି କିମ୍ବା କମ୍ପାନିର ୱେବସାଇଟ୍ ଜରିଆରେ ଏହାର ବୁକିଂ କରିପାରିବେ।

ସମ୍ବନ୍ଧିତ ଖବର