ମୁମ୍ବାଇ: ଚଳିତ ବର୍ଷ ଦୀପାବଳିରେ ଦୁଇ ଚକିଆ ଗାଡ଼ି ନିର୍ମାତାମାନଙ୍କ ଭାଗ୍ୟ ପରିବର୍ତ୍ତନ ହେବ। ଏହି ସମୟରେ ବିପୁଳ ପରିମାଣର ବାଇକ୍ ଓ ସ୍କୁଟର ବିକ୍ରି ହେବ ବୋଲି ଆକଳନ କରାଯାଇଛି। ଆଗାମୀ ମାସଗୁଡ଼ିକର ଚାହିଦାକୁ ପୂରଣ କରିବା ଲାଗି କଂପାନିଗୁଡ଼ିକ ନିଜର ଉତ୍ପାଦନରେ ୮-୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସେପ୍ଟେମ୍ବର-ଅକ୍ଟୋବର ଚାହିଦାକୁ ନଜରରେ ରଖି ହିରୋ ମୋଟୋକର୍ପ, ବଜାଜ ଅଟୋ, ଟିଭିଏସ୍ ମୋଟର ଓ ରୟାଲ ଏନଫିଲ୍ଡ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। କୋଭିଡ୍-୧୯ ମହମାରୀ ପରେ ଲୋକମାନେ ସାର୍ବଜନୀନ ଗମନଗମନା ବ୍ୟବସ୍ଥା ବଦଳରେ ବ୍ୟକ୍ତିଗତ ଗାଡ଼ି ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି।
ଦୀପାବଳିରେ ଦୁଇଚକିଆ ଗାଡ଼ି ବିକ୍ରି ବଢ଼ିବ
/sambad/media/post_attachments/wp-content/uploads/2020/02/dtjhgd45jg4djg4dj89dg74jdg4jgd4j654gj56g4j564dgj21gj321gdj654gd65jgdjdgj.jpg)