ଇନଫୋସିସ ସିଇଓ ଭାବେ ଦାୟିତ୍ୱ ଗ୍ରହଣ କଲେ ସଲୀଲ ପାରେଖ୍‌

ବାଙ୍ଗାଲୋର : ସଲୀଲ ପାରେଖ୍ ଦେଶର ଜଣାଶୁଣା ସଫ୍ଟଓ୍ଵାର କମ୍ପାନି ଇନଫୋସିସ୍ ର ନୂଆ ସିଇଓ ତଥା ପରିଚାଳନା ନିଦ୍ଦେଶକ ଭାବେ ମଙ୍ଗଳବାରଦିନ  ଗ୍ରହଣ କରିଛନ୍ତି । ସେ ଏହାପୂର୍ବରୁ ସଫ୍ଟଓ୍ଵାର ସର୍ଭିସେସ୍ କମ୍ପାନି କ୍ୟାପଜେମିନିର ଡେପୁଟୀ ସିଇଓ ତଥା ବୋର୍ଡ ସଦସ୍ୟ ଥିଲେ । ଗତ ଡିସେମ୍ବର ୨ ତାରିଖରେ ତାଙ୍କ ନିଯୁକ୍ତି ବିଷୟରେ ଇନଫୋସିସ ତରଫରୁ ଘୋଷଣା କରାଯାଇଥିଲା । ସେ ଇନଫୋସିସର କାମଚଳା ସିଇଓ ୟୁ.ବି. ପ୍ରବୀଣଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଇଆଇଟି ବମ୍ବେ ଓ କର୍ନେଲ ୟୁନିଭର୍ସିଟିର ଛାତ୍ର ଥିବା ପାରେଖ କାପଜେମିନିର ୫ ଜଣ ଡେପୁଟୀ ସିଇଓଙ୍କ ମଧ୍ୟରୁ ଜଣେ ଥିଲେ ।

ଗତ ବର୍ଷ ଅଗଷ୍ଟମାସରେ ଏକ ବିବାଦୀୟ ପରିସ୍ଥିତିରେ ବିଶାଲ ସିକ୍କା ଇନଫୋସିସର ସିଇଓ ପଦ ଛାଡିଥିଲେ । ଏହାପରେ ନୂଆ ସିଇଓ ଖୋଜିବା ଦାୟିତ୍ୱ କମ୍ପାନିର ଅଧ୍ୟକ୍ଷ ନନ୍ଦନ ନିଲେକାନୀଙ୍କୁ ଦିଆଯାଇଥିଲା । ଇନଫୋସିସ ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ସହ ମତଭେଦ ପରେ ବିଶାଳ ସିକ୍କା ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ଇନଫୋସିସ୍ ସହ ପ୍ରତିଷ୍ଠାତା ନନ୍ଦନ ନିଲେକାନୀ କମ୍ପାନିର ଅଧ୍ୟକ୍ଷ ଦାୟିତ୍ୱ ନେବା ସହ ପ୍ରବୀଣଙ୍କୁ କାମଚଳା ସିଇଓ ଦାୟିତ୍ବ ଦେଇଥିଲେ ।

ସମ୍ବନ୍ଧିତ ଖବର