ମୁମ୍ବାଇ:ବଲିଉଡ୍ ଅଭିନେତା ସଲମାନ ଖାନ୍ ୫୨ ବର୍ଷ ପାର୍ କରି ୫୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ନିଜ ଜନ୍ମଦିନ ଅବସରରେ ସଲୁ ମିଆଁ ଦେଶ ସାରା ନିଜର ପ୍ରଶଂସକଙ୍କୁ ଉପହାର ଆକାରରେ ତାଙ୍କ କପଡ଼ା ବ୍ରାଣ୍ଡ୍ ‘ବିଙ୍ଗ୍ ହ୍ୟୁମାନ’ ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛନ୍ତି। ଏହି ଅଫର୍ ଡିସେମ୍ବର ୨୭ ଅର୍ଥାତ କେବଳ ଆଜିର ଦିନ ପାଇଁ ବୋଲି ସଲମାନ ନିଜ ଟୁଇଟର୍ ଆକାଉଣ୍ଟ୍ରେ ଟୁଇଟ୍ କରି ଜଣାଇଛନ୍ତି।
Birthday mera, gift aap sab k liye! sirf #2712 ko matlab one day only at all Being Human stores and online ( https://t.co/3c4JCUKIp2) Toh poora saaf kar do!!! @bebeinghumanpic.twitter.com/etm46UhMZ8
— Salman Khan (@BeingSalmanKhan) 25 December 2018
ଗ୍ରାହକଙ୍କୁ ଅଫର୍ ପ୍ରଦାନ କରି ସଲମାନ କହିଛନ୍ତି, ‘ଜନ୍ମଦିନ ମୋର, ମାତ୍ର ଉପହାର ଆପଣମାନଙ୍କ ପାଇଁ। ଡିସେମ୍ବର ୨୭ ତାରିଖ ଦିନ। କେବଳ ‘ବିଙ୍ଗ୍ ହ୍ୟୁମାନ’ କପଡ଼ା ଉପରେ। ସବୁ ‘ବିଙ୍ଗ୍ ହ୍ୟୁମାନ’ ଷ୍ଟୋର ଏବଂ େଓ୍ଵବ୍ସାଇଟ୍ରେ ଉପଲବ୍ଧ।’
ପୁରୁଷମାନଙ୍କ ପୋଷାକରେ ୫୦ ପ୍ରତିଶତ ଓ ମହିଳାମାନଙ୍କ ପୋଷାକରେ ୬୦ ପ୍ରତିଶତ ରିହାତି ଉପଲବ୍ଧ। ଟୁଇଟର୍ରେ ଏକ ୨୬ ସେକେଣ୍ଡ୍ର ଭିଡିଓ ସେୟାର୍ କରି ସଲମାନ ଏହି ସୂଚନା ଦେଇଛନ୍ତି।