ସୋମାନି ସେରାମିକ୍ସର ବ୍ରାଣ୍ଡ ଆମ୍ବାସଡ଼ର ସଲମାନ

ଭୁବନେଶ୍ୱର : ସୋମାନି ସେରାମିକସ ଲିମିଟେଡ ପକ୍ଷରୁ ବଲିଉଡ଼ ଅଭିନେତା ସଲମାନ ଖାନ୍‌ଙ୍କୁ ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତ କରାଯାଇଛି। ଖୁବଶୀଘ୍ର ସଲମାନକୁ ନେଇ କମ୍ପାନି ଏହାର ପ୍ରଚାର ଅଭିଯାନ ଆରମ୍ଭ କରିବ। ନୂତନ ପ୍ରଚାର ଅଭିଯାନରେ କଂପାନିର ଟ୍ୟାଗଲାଇନ ‘ଜମିନ ସେ ଜୁଡେ’ ଜରିଆରେ ସଲମାନ ସୋମାନିର ପ୍ରଚାର କରିବେ। ସଲମାନଙ୍କ ସହ ହୋଇଥିବା ସହବନ୍ଧନ ବିଷୟରେ କମ୍ପାନିର ଏମଡି ଅଭିଷେକ ସୋମାନି ଏବଂ ବିରଷ୍ଠ ସାଧାରଣ ପରିଚାଳକ(ମାର୍କେଟିଂ) ଚାରୁ ମାଲହୋତ୍ରା କହିଛନ୍ତି।

ସମ୍ବନ୍ଧିତ ଖବର