ସମ୍ବାଦର ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ‘ଭାରତ ହେବ ଏମ୍‌ବିଏ ପାଠପଢ଼ାର ସବୁଠୁ ବଡ଼ ହବ୍’

ଶିଳ୍ପ ଜଗତର ଭବିଷ୍ୟତ ଆହ୍ବାନ, ମ୍ୟାନେଜମେଣ୍ଟ୍‌ ଶିକ୍ଷା ଓ ଏକ୍ସଆଇଏମ୍‌ବିର ଭୂମିକା ସମ୍ପର୍କରେ ଜାଭିୟର ବିଶ୍ବବିଦ୍ୟାଳୟର କୁଳପତି ଡକ୍ଟର ଫାଦର୍‌ ଆଣ୍ଟୋନି ଆର ଉଭାରି, ଏସ୍‌.ଜେ. ଯାହା କହିଛନ୍ତି ଏଠାରେ ଉପସ୍ଥାପନ କରାଯାଇଛି

ଏକ୍ସଆଇଏମ୍‌ବିରେ ମ୍ୟାନେଜ୍‌‌େମଣ୍ଟ୍‌ ପଢ଼ିବ‌ା ପା‌ଇଁ ଛାତ୍ରଛାତ୍ରୀଙ୍କ ଅଭିଳାଷ କାହିଁକି ଅଧିକ ଥାଏ?
ଉନ୍ନତମାନର ଫାକଲଟି, ଉତ୍କୃଷ୍ଟ ଶିକ୍ଷା ଅନୁଭୂତି ଓ ବିଶ୍ବ ଶିଳ୍ପ ଜଗତ ଅନୁସାରେ ପାଠ୍ୟକ୍ରମ, ଶ୍ରେଷ୍ଠ ମାନର ଶିକ୍ଷା କାର୍ଯ୍ୟକ୍ରମ, ଆନ୍ତର୍ଜାତିକ ସହଯୋଗିତା ଓ ଉନ୍ନତ ଭିତ୍ତିଭୂମି ଆଦି ପାଇଁ ଏକ୍ସଆଇଏମ୍‌ବି ସାରା ବିଶ୍ବରେ ପରିଚିତ। ଆମ ଇନଷ୍ଟିଚ୍ୟୁଟ୍‌ ଛାତ୍ରଛାତ୍ରୀଙ୍କ ଭିତରେ ଥିବା ଶ୍ରେଷ୍ଠ ଦକ୍ଷତାକୁ ଚିହ୍ନଟ କରେ ଏବଂ ନେତୃତ୍ବ ଦକ୍ଷତାର ବିକାଶ କରିଥାଏ। ଛାତ୍ରଛାତ୍ରୀ, ଫାକଲଟି, ଷ୍ଟାଫ୍‌ ଏବଂ ଆଲୁମ୍‌ନିମାନଙ୍କ ମଧ୍ୟରେ ରହିଥିବା ନିବିଡ଼ ସମ୍ପର୍କ ଯୋଗୁଁ ଏକ୍ସଆଇଏମ୍‌ବି ଅନ୍ୟ ଅନୁଷ୍ଠାନଗୁଡ଼ିକ ଠାରୁ ଅଲଗା ହୋଇପାରିଛି।
ଆପଣଙ୍କ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ କାହିଁକି ମୋଟା ଅଙ୍କ ଦରମା‌େର ଚାକିରି ମିଳେ?
କ୍ୟାମ୍ପସ୍‌ ନିଯୁକ୍ତିରେ କ୍ୟାରିଅର ଆଡଭାଇଜରି ସର୍ଭିସେସ୍‌ ପ୍ରମୁଖ ଭୂମିକା ନିର୍ବାହ କରୁଛି। ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେବା ଲାଗି କଂପାନିଗୁଡ଼ିକ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଦେଖାଦେଉଛି। ପ୍ରତିବର୍ଷ ନୂଆ କଂପାନିଙ୍କ ସଂଖ୍ୟା ବଢ଼ୁଛି। ଆମର ପୂର୍ବ ଛାତ୍ରଛାତ୍ରୀ ଏବଂ ଆଲୁମ୍‌ନି ଯେଉଁଭଳି ସଫଳତା ହାସଲ କରିଛନ୍ତି ତାହାକୁ ଦୃଷ୍ଟିରେ ରଖି କଂପାନିଗୁଡ଼ିକ ଆମର ଛାତ୍ରଛାତ୍ରୀଙ୍କୁ ହାତେଇବା ଲାଗି ଆସୁଛନ୍ତି।
ଆଗାମୀ ଶିଳ୍ପ ବିପ୍ଳବ ଲାଗି ମ୍ୟାନେଜମେଣ୍ଟ୍ ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରସ୍ତୁତ ଅଛନ୍ତି ତ?
ଆଗାମୀ ବର୍ଷଗୁଡ଼ିକରେ ଭାରତ ନୂତନତ୍ବର କେନ୍ଦ୍ର ହେବ ଏବଂ ଏହା ଏମ୍‌ବିଏର ସର୍ବବୃହତ ହବ୍ ଭାବେ ଉଭା ହେବ। ଭାରତର ବି-ସ୍କୁଲ୍‌ଗୁଡ଼ିକ ଶିଳ୍ପ ବିପ୍ଳବ ୪.୦ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବ୍ୟବସାୟ ଜଗତରେ ଉଭା ହେଉଥିବା ନୂତନ ଆହ୍ବାନ ଅନୁସାରେ ବି-ସ୍କୁଲ୍‌ଗୁଡ଼ିକ ପାଠ୍ୟକ୍ରମ ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି। ଏକ୍ସଆଇଏମ୍‌ବି ମଧ୍ୟ ସେହି ଧାରାରେ କାର୍ଯ୍ୟ କରୁଛି।
ପାଠ୍ୟକ୍ରମ ପ୍ରସ୍ତୁତି ବେଳେ ନୂଆ ପ୍ରଯୁକ୍ତିଗୁଡ଼ିକୁ ବିଚାରକୁ ନିଆଯାଏ ନା ନାହିଁ?
ଶିଳ୍ପ ବିପ୍ଳବ ୪.୦ର ନୂତନ ଏବଂ ଉଦୀୟମାନ ପ୍ରଯୁକ୍ତିକୁ ଏକ୍ସଆଇଏମ୍‌ବି ସଫଳତାର ସହିତ ଏହାର କାର୍ଯ୍ୟକ୍ରମ ଏବଂ ପାଠ୍ୟକ୍ରମରେ ସାମିଲ କରିପାରିଛି ଯାହା ଦ୍ବାରା ଛାତ୍ରଛାତ୍ରୀମାନେ ନୂତନ ଆହ୍ବାନକୁ ସାମ୍ନା କରିପାରିବେ।
ଆସନ୍ତାକାଲିର ମ୍ୟାନେଜର ନା ନିଯୁକ୍ତି ଆଶାୟୀ-ଏକ୍ସଆଇଏମ୍‌ବି କ’ଣ ସୃଷ୍ଟି କରିବା ଉପରେ ଅଧିକ ଗୁରୁତ୍ବ ଦେଉଛି?
ଏକ୍ସଆଇଏମ୍‌ବି ଛାତ୍ରଛାତ୍ରୀଙ୍କୁ କେବଳ ନିଯୁକ୍ତି ଆଶାୟୀ ନୁହେଁ ବରଂ ନିଯୁକ୍ତି ପ୍ରଦାନକାରୀ ଭାବେ ଗଢ଼ି ତୋଳିଥାଏ। ଆମେ ସବୁବେଳେ ଛାତ୍ରଛାତ୍ରୀଙ୍କୁ କହିଥାଉ ଯେ ଚାକିରିରେ ଯୋଗଦିଅ, କିଛି ମୂଲ୍ୟବାନ ଅନୁଭୂତି ହାସଲ କର ଏବଂ ପାଂଚ ବର୍ଷ ପରେ ଏଭଳି ଏକ ସ୍ଥିତିରେ ପହଞ୍ଚିବାକୁ ପ୍ରୟାସ କ‌ର ଯେଉଁଠାରେ ‌ତୁମେ ସେହି କ୍ଷେତ୍ରର ମାଷ୍ଟର (ବିଶେଷଜ୍ଞ) ଭାବେ ଗଣାହେବ। ଏହା ପରେ ଉଦ୍ୟୋଗୀ ଭାବେ ନିଜର ଷ୍ଟାର୍ଟ-ଅପ୍ ସଂସ୍ଥା ଆରମ୍ଭ କର ବୋଲି ଆମେ ସେମାନଙ୍କୁ କହିଥାଉ।
ଉଦ୍ୟୋଗୀ ବିକାଶ ପ୍ରତି ଏକ୍ସଆଇଏମ୍‌ବିର ଅବଦାନ କ’ଣ?
ଅନେକ ସଫଳ କାହାଣୀ ସହିତ ଏକ୍ସଆଇଏମ୍‌ବିର ବର୍ତ୍ତମାନ ପରିବେଶ ଉଦ୍ୟମିତାର ବିକାଶ ପାଇଁ ବେଶ ସୁହାଇବା ଭଳି ରହିଛି। ଆମେ ସେଣ୍ଟର୍‌ ଅଫ୍ ଇନୋଭେସନ୍ ସ୍ଥାପନ କରିଛୁ। ଆମର ଏଣ୍ଟରପ୍ରେନ୍ୟୁଅରସିପ୍‌ ଡେଭେଲପ୍‌ମେଣ୍ଟ୍‌ ପ୍ରୋଗ୍ରାମ୍ ରହିଛି ଏବଂ ଏକ ଓମେନ୍‌ ଏଣ୍ଟରପ୍ରେନ୍ୟୁଅରସିପ୍ ସେଲ୍ ରହିଛି।
ସମ୍ବାଦର ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌ ଅଭିଯାନ ବିଷୟରେ ଆପଣଙ୍କ ମତ କ’ଣ?
ଷ୍ଟାର୍ଟଅପ୍ ଉଦ୍ୟମିତାର ପ୍ରସାର କରିବା ଏବଂ ଏଥିପାଇଁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ବ୍ୟବସାୟ ସଂସ୍ଥାଗୁଡ଼ିକ ଯେଭଳି ଉତ୍କର୍ଷ ହାସଲ କରିପାରିବେ ସେଥି ପାଇଁ ସମ୍ବାଦର ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌ ସୁଦୂର ପ୍ରସାରୀ ସାବ୍ୟସ୍ତ ହେବ। ଆମେ ଏହି ଅଭିଯାନର ସଫଳତା କାମନା କରୁଛୁ।

ସମ୍ବନ୍ଧିତ ଖବର