ପ୍ରଶ୍ନ: ପୁରସ୍କାର ବିଷୟରେ ଆପଣଙ୍କ ମତ କ’ଣ?
ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆର ଦ୍ବିତୀୟ ସଂସ୍କରଣ ଆୟୋଜନ କରୁଥିବା ସମ୍ବାଦକୁ ମୁଁ ସହୃଦୟତାର ସହିତ ଶୁଭକାମନା ଜଣାଉଛି। ଏହା ଓଡ଼ିଶାର ଶିଳ୍ପ ବିକାଶ ଓ ଯେଉଁମାନେ ଏହି ଯାତ୍ରାରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି, ତାହାକୁ ପ୍ରତିଫଳିତ କରିବାରେ ସୁଦୂର ପ୍ରସାରି ସାବ୍ୟସ୍ତ ହେବ।
ପ୍ରଶ୍ନ: ଅଧିକ ସଫଳତା ହାସଲ କରିବା ପାଇଁ ଏହି ପୁରସ୍କାର ଉଦ୍ୟୋଗୀଙ୍କୁ ଅନୁପ୍ରାଣିତ କରିବ କି?
ସଫଳତାକୁ ସୃଷ୍ଟି କରେ ସଫଳତା। କେବଳ ଯେଉଁମାନେ ପୁରସ୍କାର ପାଇବେ ସେମାନେ ନୁହେଁ, ଅନ୍ୟମାନେ ମଧ୍ୟ ସେମାନଙ୍କ ସଫଳତା କାହାଣୀ ଦ୍ବାରା ଅନୁପ୍ରାଣିତ ହେବେ।
ପ୍ରଶ୍ନ: ଓଡ଼ିଶାର କେଉଁ କ୍ଷେତ୍ରରେ ବିକାଶର ବିପୁଳ ସୁଯୋଗ ରହିଛି?
ଏହା ସ୍ବାଭାବିକ ଯେ ବିପୁଳ ପରିମାଣର ପ୍ରାକୃତିକ ସମ୍ବଳରେ ଭରପୁର ଥିବା ଓଡ଼ିଶାରେ ଖଣିଜ ଭିତିକ ଶିଳ୍ପ ପାଇଁ ଅନେକ ସୁଯୋଗ ଅଛି। ଏହା ବ୍ୟତୀତ ଓଡ଼ିଶା ଆହୁରି ବହୁତ କିଛି ପ୍ରଦାନ କରୁଛି ଓ ଏଠାରେ ସବୁ କ୍ଷେତ୍ରରେ ଶିଳ୍ପାୟନ ତ୍ବରାନ୍ବିତ ହେବା ଦରକାର। ବିଶେଷ କରି ରାସାୟନିକ, ପ୍ଲାଷ୍ଟିକ୍ ଓ ପେଟ୍ରୋକେମିକାଲ୍ସ ଇତ୍ୟାଦି ହେଉଛି ଗୁରୁତ୍ବ ଥିବା କ୍ଷେତ୍ର। ସେବା କ୍ଷେତ୍ର ପ୍ରତି ମଧ୍ୟ ଗୁରୁତ୍ବ ଦେବାକୁ ହେବ। କାରଣ ନିଯୁକ୍ତି ସୃଷ୍ଟିରେ ଏହାର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି।
ପ୍ରଶ୍ନ: କେଉଁ କ୍ଷେତ୍ର ପ୍ରତି ସରକାର ତତ୍କାଳ ଧ୍ୟାନ ଦେବା ଉଚିତ?
ଜିଡିପିକୁ ମାନୁଫାକ୍ଚରିଂ କ୍ଷେତ୍ରର ଅବଦାନ ଅଧିକ ରହିଛି ଓ ବିଶେଷ କରି ଖଣି, ୟୁଟିଲିଟି ଓ ଲଜିଷ୍ଟିକ୍ ଇତ୍ୟାଦି କ୍ଷେତ୍ର ନିଯୁକ୍ତି ସୃଷ୍ଟି ପ୍ରତି ଗୁରୁତ୍ବପୂର୍ଣ୍ଣ ଅବଦାନ ପ୍ରଦାନ କରୁଛି। ତେବେ ଓଡ଼ିଶାର ଶିଳ୍ପ ସଂସ୍ଥାଗୁଡ଼ିକ କିଭଳି ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ରହିପାରିବେ, ସେଦିଗରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ନୂଆ ପୁଞ୍ଜିନିବେଶ ହାସଲ କରିବା ପାଇଁ ଅନେକ ଉଦ୍ୟମ କରାଯାଉଥିବା ବେଳେ ପୂର୍ବରୁ ସ୍ଥାପିତ ହୋଇଥିବା ଶିଳ୍ପ ସଂସ୍ଥାଗୁଡ଼ିକ ପ୍ରତି ଧ୍ୟାନ ଦିଆଗଲେ ଏକ ଉପଯୁକ୍ତ ନିବେଶ ସ୍ଥାନ ଭାବେ ରାଜ୍ୟର ଭାବମୂର୍ତି ଆହୁରି ଉଜ୍ଜ୍ବଳ ହୋଇପାରିବ।
ପ୍ରଶ୍ନ: ନୂତନ ଉଦ୍ୟୋଗୀଙ୍କ ପାଇଁ ଆପଣ କ’ଣ ବାର୍ତା ଦେବେ?
ମୋ ବାର୍ତା ବହୁତ ସରଳ। ଜଣେ ନିଯୁକ୍ତି ସନ୍ଧାନକାରୀ ହେବା ବଦଳରେ ନିଯୁକ୍ତି ପ୍ରଦାନକାରୀ ହେବା ପାଇଁ ପ୍ରବଳ ଆତ୍ମବିଶ୍ବାସ ଦରକାର। ନିଜର ଲକ୍ଷ୍ୟ ଉପରେ ସବୁ ବେଳେ ଧ୍ୟାନ କେନ୍ଦ୍ରୀତ କର। ଯଦି ଆପଣମାନେ କାମକୁ ଠିକ୍ ଭାବେ କରୁଛନ୍ତି, ତେବେ କିଛିଟା ବିଳମ୍ବ ହେଲେ ମଧ୍ୟ ସଫଳତା ନିଶ୍ଚୟ ମିଳିବ।
ବ୍ରାଣ୍ଡ୍ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ୨୦୧୯
ସବୁବେଳେ ଲକ୍ଷ୍ୟ ଉପରେ ଧ୍ୟାନ ରଖ