ସମ୍ବାଦର ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ‘ଛାତ୍ରଛାତ୍ରୀଙ୍କ ସଫଳତାକୁ ସର୍ବାଧିକ ଗୁରୁତ୍ବ ଦେଉଛୁ’

ଗୁଣାତ୍ମକ ଶିକ୍ଷା, ସମ୍ପ୍ରସାରଣ ଯୋଜନା ଓ ନିଜ ଯାତ୍ରା ବିଷୟରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌ର ଅଧ୍ୟକ୍ଷ ବିଜୟ କୁମାର ସାହୁ ଯାହା କହିଛନ୍ତି ଏଠାରେ ଉପସ୍ଥାପନ କରାଯାଇଛି

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ସ୍ଥାପନ କରିବାର ପ୍ରେରଣା କେଉଁଛୁ ପାଇଲେ?
ପ୍ରତି ସଫଳ ମଣିଷ ପଛରେ ଉତ୍ତମ ବିଦ୍ୟାଳୟ ପାଠପଢ଼ାର ଗୁରୁତ୍ବ ରହିଥିବା ମୁଁ ଜାଣିଛି। ଓଡ଼ିଶାର ଉନ୍ନତି ପାଇଁ ମୁଁ କିଛି ଏଭଳି ନେତୃତ୍ବ ଗଠନ କରିବାକୁ ଚାହୁଥିଲି ଯେଉଁଥିପାଇଁ ଏକ ଅନୁଷ୍ଠାନର ଆବଶ୍ୟକତା ରହିଥିଲା ଯାହା ପିଲାମାନଙ୍କୁ ଜଣେ ବହୁତ ଭଲ ବ୍ୟକ୍ତି ଏବଂ ଶୃଙ୍ଖଳିତ ମଣିଷରେ ପରିଣତ କରିପାରିବ। ‌ତାହା ମୋତେ ୨୦୦୮ରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ସ୍ଥାପନ କରିବାକୁ ବାଧ୍ୟ କରିଥିଲା। ଏହା ପୂର୍ବରୁ ମୁଁ ସାରା ଦେଶ ବ୍ୟତୀତ ବ୍ରିଟେନ, ଆମେରିକା, ଚୀନ, ସିଙ୍ଗାପୁର ଓ ଦୁବାଇର ଶତାଧିକ ସ୍କୁଲ ପରିଦର୍ଶନ କରି ଗବେଷଣା କରିଥିଲି।
ପ୍ରାରମ୍ଭିକ ସମୟରେ କ’ଣ ସବୁ ଆହ୍ବାନ ରହିଥିଲା?
ଜମି ଅଧିଗ୍ରହଣ, ଭିତ୍ତିଭୂମି ଗଠନ ଏବଂ ବ୍ୟାଙ୍କ ଠାରୁ ପାଣ୍ଠି ହାସଲ କରିବା, ତାଲିମପ୍ରାପ୍ତ ଫାକଲଟି ପାଇବା ଓ ଏକବିଂଶ ଶତାବ୍ଦୀ ପାଇଁ ଦରକାର ହେଉଥିବା ଶିକ୍ଷା ପାଇଁ ଉପଯୁକ୍ତ ପାଠ୍ୟକ୍ରମ ପ୍ରସ୍ତୁତ କରିବା।
ନିୟମିତ ବ୍ୟବଧାନରେ ଆପଣଙ୍କ ସ୍କୁଲ୍ ପୁରସ୍କାର ପାଉଛି। ବର୍ତ୍ତମାନ ସୁଦ୍ଧା କେତେ ପୁରସ୍କାର ଓ ସମ୍ମାନ ମିଳିସାରିଲାଣି?
ଏଜୁକେସନ ୱାର୍ଲଡ ଇଣ୍ଡିଆ ସ୍କୁଲ ରୢାଙ୍କିଙ୍ଗ ୨୦୧୯ରେ ଭାରତ ତୃତୀୟ ଶ୍ରେଷ୍ଠ ଓ ଓଡ଼ିଶାର ଏକ ନମ୍ବର ସ୍କୁଲ୍ ଭାବେ ଆମ ସ୍କୁଲ୍‌କୁ ପୁଣି ଥରେ ମାନ୍ୟତା ମିଳିଛି। ଏହା ବତୀତ ଏନଏବିଇଟିରୁ ଉତ୍କର୍ଷ ସାର୍ଟିଫିକେଟ, ବ୍ରିଟିଶ କାଉନସିଲର ପୁରସ୍କାର, ଓଡ଼ିଶା ଏଜୁକେସନ ଆୱାର୍ଡ ୨୦୧୯ ସମେତ ଅନେକ ପୁରସ୍କାର ସ୍କୁଲକୁ ମିଳିସାରିଛି।
ଗୁଣାତ୍ମକ ଶିକ୍ଷା ବଜାୟ ରଖିବା ଲାଗି କେଉଁ ରଣନୀତି ଗ୍ରହଣ କରିଛନ୍ତି?
ଛାତ୍ରଛାତ୍ରୀଙ୍କ ସଫଳତାକୁ ଆମେ ସର୍ବାଧିକ ଗୁରୁତ୍ବ ଦେଉଛୁ। ଆମର ଛାତ୍ରଛାତ୍ରୀମାନେ ଭାରତ ଏବଂ ବିଦେଶର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟରେ ସ୍ଥାନ ପାଇଛନ୍ତି। ଗୁଣାତ୍ମକ ଶିକ୍ଷା ଯୋଗୁ ଏଭଳି ସଫଳତା ମିଛି। ଏନଏବିଇଟି କ୍ବାଲିଟି ସାର୍ଟିଫିକେସନ ମଧ୍ୟ ଗୁଣାତ୍ମକ ଶିକ୍ଷା ପ୍ରତି ପ୍ରତିବଦ୍ଧତାକୁ ଦୃଢ଼ କରିଛି।
କିଛି ନୂଆ ସ୍କୁଲ ଖୋଲିବାର ଯୋଜନା ଅଛି କି?
ଓଡ଼ିଶାର ପ୍ରତିଟି ବ୍ଲକରେ ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବିକଶିତ କରିବାର ସୁଯୋଗ ମୋତେ ମିଳିଛି। ସାଇ ଇଣ୍ଟରନ୍ୟାସନାଲ୍‌କୁ ଓଡ଼ିଶାର ଅନ୍ୟ ସ୍ଥାନ, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡରେ ସଂପ୍ରସାରିତ କରିବାକୁ ଯୋଜନା ରଖିଛି।
ସମ୍ବାଦର ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ ବିଷୟରେ ଆପଣଙ୍କ ମତ କ’ଣ?
ସମ୍ବାନ ନିଜେ ଏକ ବ୍ରାଣ୍ଡ ଏବଂ କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତ ମନୋଭାବ ଯୋଗୁ ଏହା ଗୌରବମୟ ବିକାଶ ହାସଲ କରିବା ଆମେ ଦେଖିଛୁ। ଏହି ମାଟିରୁ ସୃଷ୍ଟି ହେଉଥିବା ବ୍ରାଣ୍ଡ୍‌ଗୁଡ଼ିକୁ ସ୍ବୀକୃତି ପ୍ରଦାନ କରିବା ଏବଂ ସେମାନଙ୍କ ପ୍ରସାର କରୁଥିବାରୁ ସମ୍ବାଦକୁ ମୁଁ ପ୍ରଶଂସା‌ କରୁଛି। ନେତୃତ୍ବକୁ ଚିହ୍ନଟ କରିବା ଏବଂ ଲୋକମାନଙ୍କୁ ଅଧିକ ସଫଳତା ହାସଲ କରିବା ଲାଗି ଅନୁପ୍ରାଣିତ କରିବା ନିମନ୍ତେ ଏହା ଏକ ବହୁତ ଭଲ ଅଭିଯାନ।

ସମ୍ବନ୍ଧିତ ଖବର