କରୁଣା ସିଂହ ହେଉଛନ୍ତି ଆର୍ଥଡେ ଡଟ୍ ଓଆର୍ଜିର ଆଞ୍ଚଳିକ ନିର୍ଦ୍ଦେଶିକା ଏସିଆ। ୧୯୭୦ ଏପ୍ରିଲ୍ ୨୨ରେ ପାଳନ କରାଯାଇଥିବା ଆର୍ଥ ଡେ ସହ ଏହି ସଂସ୍ଥାର ଶୁଭାରମ୍ଭ ହୋଇଥିଲା ଯାହା ବର୍ତ୍ତମାନ ୧,୫୦,୦୦୦ରୁ ଅଧିକ ସଂଗଠନ ସହ ଯୋଡ଼ି ହୋଇ ୧୯୦ଟି ଦେଶରେ ପରିବେଶ ଆନ୍ଦୋଳନ ଦିଗରେ କାର୍ଯ୍ୟ କରୁଛି। ଆଞ୍ଚଳିକ ନିର୍ଦ୍ଦେଶିକା ଭାବେ କରୁଣା ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସିଆରେ ଥିବା ୨୫ଟି ଦେଶରେ ସଂସ୍ଥାର ଚାଲିଥିବା କାର୍ଯ୍ୟକ୍ରମର ଦେଖାଶୁଣା କରୁଛନ୍ତି। ସହଯୋଗିତା ସ୍ଥାପନ କରିବା ଲାଗି ଅଂଶୀଦାରମାନଙ୍କ ସହ ଯୋଡ଼ିହେବା, ସ୍ବତନ୍ତ୍ର ଭାବେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ କାର୍ଯ୍ୟକ୍ରମ ଓ ପ୍ରଚାର ଅଭିଯାନ ପ୍ରସ୍ତୁତ କରିବା ଆଦି କାର୍ଯ୍ୟ ସେ କରୁଛନ୍ତି। ଆର୍ଥ ଡେ ୨୦୨୪ର ବିଷୟବସ୍ତୁ ରହିଛି ‘ଗ୍ରହ ବନାମ ପ୍ଲାଷ୍ଟିକ୍’। କରୁଣା ତାହାର ନେତୃତ୍ବ ନେଉଥିବା ବେଳେ ପ୍ଲାଷ୍ଟିକ୍ ବ୍ୟବହାର କମ୍ କରିବା ଏବଂ ପ୍ଲାଷ୍ଟିକ୍ ବର୍ଜ୍ୟର ପରିଚାଳନା କରିବାରେ ସହାୟତା ପ୍ରଦାନ କରୁଛନ୍ତି। ଜାତିସଂଘ ଓ ଆସିଆନ ତରଫରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଲାଗି କରୁଣାଙ୍କୁ ଆମନ୍ତ୍ରଣ କରାଯାଇଛି। ସବୁଜ ଅର୍ଥନୀତି ଉପରେ ସେ ଅନେକ ଇ-ପୁସ୍ତକ ରଚନା କରିଛନ୍ତି। ଭାରତରେ ଏକ ଟ୍ରଷ୍ଟ ଭାବେ ପଞ୍ଜୀକୃତ ଆର୍ଥ ଡେ ନେଟୱର୍କ ଇଣ୍ଡିଆର କଣ୍ଟ୍ରି ଡାଇରେକ୍ଟର ଭାବେ ମଧ୍ୟ କରୁଣା କାମ କରୁଛନ୍ତି। ପୂର୍ବରୁ ସେ କୋଲକାତାରେ ଆମେରିକା ବୈଦେଶିକ ବିଭାଗ ପାଇଁ ୨୪ ବର୍ଷ କାର୍ଯ୍ୟ କରିଥିଲେ। ସେ ୟୁଏନ୍ଡିପିର ଗ୍ଲୋବାଲ୍ ଏନର୍ଭାରମେଣ୍ଟ ଫାସିଲିଟି ଏବଂ କେନ୍ଦ୍ର ସରକାରଙ୍କ ସ୍ମଲ୍ ଗ୍ରାଣ୍ଟ ପ୍ରୋଗ୍ରାମର ଷ୍ଟିୟରିଂ କମିଟି ସଦସ୍ୟ ରହିଛନ୍ତି।
ସମ୍ବାଦ ସିଇଓ କନ୍କ୍ଲେଭ୍ ୨୦୨୪: କରୁଣା ସିଂହ
ଆମ ବକ୍ତା