ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌ ୨୦୨୨

ଏହି ପୁରସ୍କାର ସଂସ୍ଥାକୁ ମାଇଲେଜ୍ ପ୍ରଦାନ କରିବ
ଯେଉଁମାନେ ସମ୍ବାଦର ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍ ଅଫ୍‌ ଇଣ୍ଡିଆ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ ପାଇବେ ତାହା ସେମାନଙ୍କୁ ବହୁତ ମାଇଲେଜ୍ ପ୍ରଦାନ କରିବ। ସେହି ସଂସ୍ଥା କ’ଣ କାମ କରୁଛି ସେ ବିଷୟରେ ଲୋକମାନେ ଜାଣିପାରିବେ। ରାଜ୍ୟରେ ଓ ସାରା ଦେଶରେ ସେହି ସଂସ୍ଥାର ଉତ୍ପାଦର ପ୍ରଚାର ହୋଇପାରିବ। ଯେତେବେଳେ କୌଣସି ବଡ଼ ଶିଳ୍ପ ସଂସ୍ଥା ପୁରସ୍କାର ପାଏ ତାହାକୁ ଦେଖି ଅନ୍ୟ ସଂସ୍ଥାଗୁଡ଼ିକ ଅନୁପ୍ରାଣିତ ହୁଅନ୍ତି। ସେହି ଭଳି ସ୍ତରରେ ପହଞ୍ଚିବାକୁ ସେମାନେ ଉଦ୍ୟମ କରନ୍ତି। ଅତ୍ୟନ୍ତ ଉତ୍ସାହିତ ହୋଇ ସେମାନେ କାମ କରନ୍ତି। ଏହି ପୁରସ୍କାର ଲାଗି ଆବେଦନ କରିବା ପାଇଁ ମୁଁ ଆମ ଚାମ୍ବରର ସଦସ୍ୟ ଥିବା ଶିଳ୍ପ ସଂସ୍ଥାଗୁଡ଼ିକୁ ଆହ୍ବାନ ଦେଉଛି। ଆସନ୍ତୁ କାନ୍ଧରେ କାନ୍ଧ ମିଶାଇ ଆଗକୁ ବଢ଼ିବା ଓ ମିଳିମିଶି କାମ କରିବା। ମୁଁ ଏହା ମଧ୍ୟ ଜଣାଇବାକୁ ଚାହୁଛି ଯେ ସମ୍ବାଦର ଏହି ପୁରସ୍କାର ଏକ ବହୁତ ଭଲ ପଦକ୍ଷେପ। ସବୁ ଶିଳ୍ପ ସଂସ୍ଥା ଏହି ସୁଯୋଗ ହାସଲ କରିବା ଲାଗି ଉଦ୍ୟମ କରିବା ଉଚିତ। ଏହି ପରିପ୍ରେକ୍ଷୀରେ ମୁଁ ଏହି ବାର୍ତା ମଧ୍ୟ ଦେବାକୁ ଚାହୁଛି ଯେ ଓଡ଼ିଶାରେ କିଭଳି ନୂଆ ନୂଆ ଶିଳ୍ପ ସଂସ୍ଥା ପ୍ରତିଷ୍ଠା ହୋଇପାରିବ ସେ ଦିଗରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଚାର କରିବା ଉଚିତ। ବିଶେଷ କରି ଝାରସୁଗୁଡ଼ାରେ କିଭଳି ଅଧିକ ଶିଳ୍ପ କାରଖାନା ପ୍ରତିଷ୍ଠା ହୋଇପାରିବ ସେ ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି।
ହୀରାଲାଲ୍ ଲୋକଚନ୍ଦାନୀ, ସଭାପତି, ଝାରସୁଗୁଡ଼ା ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍

ବାସ୍ତବରେ ଅତ୍ୟନ୍ତ ପ୍ରଶଂସନୀୟ ପଦକ୍ଷେପ
ସମ୍ବାଦ ଗ୍ରୁପ୍‌ର ଏହି ଅଭିଯାନ ବାସ୍ତବରେ ଅତ୍ୟନ୍ତ ପ୍ରଶଂସନୀୟ ପଦକ୍ଷେପ। ଆମ ଓଡ଼ିଶା ଜରିଆରେ ରକ୍ତଦାନ ଅଭିଯାନ; ସାହିତ୍ୟ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଆଦି ଜରିଆରେ ପ୍ରତିଭାମାନଙ୍କୁ ସମ୍ମାନିତ କରିବା ନିଶ୍ଚିତ ରୂପେ ପ୍ରଶଂସନୀୟ। ସମ୍ବାଦର ସେହିଭଳି ଆଉ ଏକ ପ୍ରଶଂସନୀୟ ପଦ‌କ୍ଷେପ ହେଉଛି ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍ ଅଫ୍‌ ଇଣ୍ଡିଆ କର୍ପୋରେଟ୍‌ ଏକ୍ସିଲେକ୍ସ ଆୱାର୍ଡସ୍‌। ଏହା ସାରା ବିଶ୍ବରେ ଓଡ଼ିଶାର ସଫଳ ଉଦ୍ୟୋଗୀମାନଙ୍କୁ ପରିଚିତ କରାଉଛି। ନିଜ ଉତ୍ପାଦ ଓ ସେବାର ଏକ ଦୃଢ଼ ବ୍ରାଣ୍ଡ୍‌ ତିଆରି କରିବା ଲାଗି ଏହା ଉଦ୍ୟୋଗୀମାନଙ୍କ ଭିତରେ ଏକ ପ୍ରତିଯୋଗିତାର ଭାବ ସୃଷ୍ଟି କରୁଛି। ନିଜ ବ୍ରାଣ୍ଡ୍‌କୁ ମାନ୍ୟତା ମିଳିବା ଦ୍ବାରା ସେମାନେ ଉଦ୍ୟୋଗ ଜଗତରେ ଏକ ସକାରାତ୍ମକ ବାର୍ତା ପ୍ରଚାର କରୁଛନ୍ତି। ଓଡ଼ିଶାର ଭଲ ବ୍ରାଣ୍ଡ୍‌ଗୁଡ଼ିକର ପ୍ରଚାର ହେଲେ ବାହାର ନିବେଶକମାନେ ତାହା ଦ୍ବାରା ପ୍ରଭାବିତ ହେବେ ଏବଂ ସେମାନେ ଓଡ଼ିଶାରେ ନିବେଶ କରିବାକୁ ଆଗେଇ ଆସିବେ। ତାହା ଆମ ରାଜ୍ୟକୁ ସମୃଦ୍ଧ କରିବାରେ ବିଶେଷ ସହାୟକ ହେବ। ଆମ ଆସୋସିଏସନ ତରଫରୁ ସମ୍ବାଦର ଏହି ପଦକ୍ଷେପକୁ ମୁଁ ପ୍ରଶଂସା କରୁଛି। ଏଥିପାଇଁ ଆବେଦନ କରିବାକୁ ମୁଁ ଆହ୍ବାନ ଦେଉଛି।
ସଞ୍ଜୟ କୁମାର ଦାସ, ସଭାପତି, ବାଲେଶ୍ବର ଚାମ୍ବର ଅଫ୍‌ ଇଣ୍ଡଷ୍ଟ୍ରିଜ୍ ଆଣ୍ଡ୍ କମର୍ସ

ସମ୍ବନ୍ଧିତ ଖବର