ବରଗଡ଼ରେ ସ୍ଥାପିତ ରାଜ୍ୟର ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ହେଉଛି ବାଲଗୋପାଲ ଫୁଡ୍‌ ପ୍ରଡକ୍ଟସ ପ୍ରାଇଭେଟ ଲିମିଟେଡ। ୨୦୦୨ ମସିହାରେ ଏହି କମ୍ପାନି ଆରମ୍ଭ ହୋଇଥିଲା। ଚାଉଳ ସମେତ ରାଇସ୍‌ ବ୍ରାନ୍ ଅଏଲ୍‌, ଡି ଅଏଲ୍‌ଡ ରାଇସ୍ ବ୍ରାନ୍ ଏଠାରେ ଉତ୍ପାଦନ କରାଯାଉଛି। କମ୍ପାନି ଦିନକୁ ୫୦୦ ଟନ୍ ରାଇସ୍ ବ୍ରାନ୍‌ ପ୍ରକ୍ରିୟାକରଣ କରି ୧୦୦ ଟନ ପ୍ରିମିୟମ କ୍ବାଲିଟି ରିଫାଇନ ଅଏଲ ଏବଂ ୪୦୦ ଟନ ଡି-ଅଏଲ୍‌ଡ ରାଇସ୍‌ ବ୍ରାନ୍ ଉତ୍ପାଦନ କରୁଛି। କମ୍ପାନିର ଚାଉଳ ପକ୍ରିୟାକରଣ ଡିଭିଜନରେ ଦିନକୁ ୧୫୦ ଟନ୍ ଧାନ ପକ୍ରିୟାକରଣ କରାଯାଇ ୨୦ ଟନ୍‌ ଫର୍ଟିଫାଏଡ ରାଇସ କର୍ନେଲ ପ୍ରସ୍ତୁତ ହେଉଛି।

Advertisment

ସାରା ଦେଶରେ କମ୍ପାନି ଏହାର ଉତ୍ପାଦକୁ ବିକ୍ରି କରୁଛି। ଓଡ଼ିଶାରେ ଅଧିକାଂଶ ରାଇସ ବ୍ରାନ୍ ଅଏଲ ଶିଳ୍ପ ବନ୍ଦ ହେବା ଅବସ୍ଥାକୁ ଆସିଯାଇଥିବାବେଳେ କିଛି କମ୍ପାନି କେତେକ କାରଣରୁ ୨୦୦୪ ପର୍ଯ୍ୟନ୍ତ ତିଷ୍ଠି ରହିଥିଲେ। ବାଲଗୋପାଲ ଫୁଡ୍‌ ପ୍ରଡକ୍ଟସର ସଫଳତା ଯୋଗୁ ଅନେକ ଉଦ୍ୟୋଗୀଙ୍କ ମଧ୍ୟରେ ଆସ୍ଥା ଓ ବିଶ୍ବାସ ବଢ଼ିଥିଲା ବୋଲି କମ୍ପାନିର ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ଅଗ୍ରୱାଲ କୁହନ୍ତି। ସଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏସନ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ୨୦୨୦-୨୧ରେ ବାଲଗୋପାଲ ଫୁଡ୍ସ ଦେଶର ଚତୁର୍ଥ ବୃହତ୍‌ ଏବଂ ରାଜ୍ୟର ସର୍ବବୃହତ୍ ପ୍ରକ୍ରିୟାକରଣ ଶିଳ୍ପ ଭାବେ ବିବେଚିତ ହୋଇଛି। ଇଣ୍ଡଷ୍ଟ୍ରିଆଲ ଆଉଟଲୁକ ମାଗାଜିନ ଦ୍ବାରା ୨୦୨୧ ବର୍ଷ ପାଇଁ ଏହି କମ୍ପାନି ରାଜ୍ୟର ୧୦ଟି ବୃହତ୍ ଉତ୍ପାଦନକାରୀଭାବେ ସ୍ଥାନ ପାଇଛି।