ହରି ଉଦ୍ୟୋଗ ପ୍ରାଇଭେଟ ଳିମିଟେଡ ପକ୍ଷରୁ ୨୦୦୭ ମସିହାରୁ ହରିପ୍ଲାଷ୍ଟ୍ ବ୍ରାଣ୍ଡ୍ ନାମରେ ଉତ୍ପାଦନ ୟୁନିଟ ସ୍ଥାପନ ହୋଇଥିଲା। ସଂପ୍ରତି ଏହି କମ୍ପାନି ପିଭିସି, ଏଚଡିପିଇ ପାଇପ୍ ଓ ଫିଟିଙ୍ଗ୍ସ, ଏଡିପିଇ ପାଇପ୍ସ ନିର୍ମାଣ କରୁଛି। କମ୍ପାନି ଦ୍ବାରା ପ୍ରସ୍ତୁତ ଉତ୍ପାଦ ବଜାରରେ ବହୁଳ ଆଦୃତି ଲାଭ କରିଛି। ଏଚ୍ପିସିଏଲ୍, ଗେଲ୍, ମହାନଗର ଗ୍ୟାସ ଲିମିଟେଡ ସହିତ ଓଡ଼ିଶା ସରକାର ଏବଂ ଘରୋଇ କମ୍ପାନିଙ୍କ ମଧ୍ୟରେ ହରିପ୍ଲାଷ୍ଟର ଉତ୍ପାଦର ଲୋକପ୍ରିୟତା ରହିଛି। ଏହା ହିଁ କମ୍ପାନି ପାଇଁ ବଡ଼ ସଫଳତା ବୋଲି ହରିପ୍ଲାଷ୍ଟର ଏମ୍ଡି ସଂଗ୍ରାମ କୁମାର ଦାସ ମତ ଦେଇଛନ୍ତି। ଓଡ଼ିଶାର କମ୍ପାନି ହୋଇ ଦେଶବିଦେଶରେ ଉନ୍ନତ ଉତ୍ପାଦ ମାଧ୍ୟମରେ ହରିପ୍ଲାଷ୍ଟ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି ବୋଲି ସେ କୁହନ୍ତି।
ଭାୟୋଟନିକ ଫିଡ୍ସ (ଜୁରି ସ୍ବତନ୍ତ୍ର)
ଓଡ଼ିଶା ପାଇଁ ଗର୍ବ ଆଣିବା ଏବଂ ସମାଜ ପାଇଁ କିଛି କରିବା ଲକ୍ଷ୍ୟରେ ୨୦୧୯ ମସିହାରେ ଭୁବନେଶ୍ବରରେ ଆରମ୍ଭ ହୋଇଥିଲା କୁକୁଡ଼ା ଦାନା ଓ ଗୋଖାଦ୍ୟ ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନି ଭାୟୋଟନିକ୍ ଫିଡ୍ସ ପ୍ରାଇଭେଟ୍ ଲିମିଟେଡ। କରୋନା ମହାମାରୀ ପୂର୍ବବର୍ଷ ଭାୟୋଟନିକ ଫିଡ୍ସ ଉଦ୍ୟୋଗ ଜଗତରେ ପାଦ ଥାପିଥିଲା। ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ସମ୍ରାଟ ମଜୁମଦାରଙ୍କ ନେତୃତ୍ବରେ କମ୍ପାନି କମ୍ଦିନ ଭିତରେ ନିଜର ପରିଚୟ ରାଜ୍ୟ ଭିତରେ ଏବଂ ବାହାରେ ସୃଷ୍ଟି କରିପାରିଛି। ଉନ୍ନତମାନର ସାମଗ୍ରୀ ଉତ୍ପାଦନ କରି ଗ୍ରାହକଙ୍କୁ ଯୋଗାଇ ଦେବା ଉପରେ ଭାୟୋଟନିକ୍ ଗୁରୁତ୍ବ ଦେଇ ଆସୁଛି। ବ୍ୟବସାୟୀ ଏବଂ ଗ୍ରାହକଙ୍କ ସହଯୋଗ ଯୋଗୁ କମ୍ପାନି ସଫଳତା ହାସଲ କରିଛି। ତିନିଟି ବିଷୟ ଉପରେ କମ୍ପାନି ଧ୍ୟାନ ଦେଇଥାଏ। ସେଗୁଡ଼ିକ ହେଲା ଗ୍ରାହକଙ୍କ ମୂଲ୍ୟବାନ ସମୟ ପ୍ରତି ଦୃଷ୍ଟିଦେବା, ସମସ୍ୟା ସମାଧାନ କରିବା ଏବଂ ଗ୍ରାହକଙ୍କ ଚିନ୍ତାଧାରା ଓ ମତାମତକୁ ଗ୍ରହଣ କରି ଉତ୍ପାଦନରେ ଉନ୍ନତି ଆଣିବା। କମ୍ପାନି ଏହାର କର୍ମଚାରୀମାନଙ୍କୁ କାର୍ଯ୍ୟ କରିବା ଲାଗି ଅତ୍ୟନ୍ତ ସୁନ୍ଦର ପରିବେଶ ଏବଂ ଗ୍ରାହକଙ୍କୁ ସର୍ବୋତ୍କୃଷ୍ଟ ସେବା ଯୋଗାଇ ଆସୁଛି। କୁକୁଡ଼ା ଓ ଗୋଚାଷୀଙ୍କ ଉନ୍ନତି କମ୍ପାନିର ମୂଳ ଲକ୍ଷ୍ୟ ବୋଲି ଏମ୍ଡି ଶ୍ରୀ ମଜୁମଦାର କୁହନ୍ତି।