ଆପଣଙ୍କ ମତରେ ୨୦୨୫ କିଭଳି ରହିବ?
ଗାଡ଼ି ଶିଳ୍ପରେ କମ୍ପାନିଗୁଡ଼ିକ ଓବିଠି୨ବି ନିୟମ ପାଳନ କରିବେ। ଏହି ନିୟମରେ ନିର୍ଧାରଣ କରାଯାଇଥିବା ମାନଦଣ୍ଡ ଅନୁସାରେ ଗାଡ଼ି ତିଆରି କରିବାରେ ଖର୍ଚ୍ଚ ବଢ଼ିବ। ତାହାର ପ୍ରଭାବରେ ଗାଡ଼ି ମହଙ୍ଗା ହୋଇପାରେ ଏବଂ ସେଥିପାଇଁ ଅଭିବୃଦ୍ଧି ପ୍ରଭାବିତ ହେବାର ମଧ୍ୟ ଆଶଙ୍କା ରହିଛି। ଭାରତର ଅର୍ଥନୈତିକ ଅଭିବୃଦ୍ଧିର ସଫଳ କାହାଣୀ ବଜାୟ ରହିଥିବାରୁ ବର୍ଷର ଦ୍ବିତୀୟ ଭାଗ ବହୁତ ଭଲ ରହିବ ବୋଲି ଆଶା କରାଯାଇପାରେ।
ଆପଣଙ୍କ ପାଇଁ ଉଦ୍ୟମିତାର ଅର୍ଥ କଣ?
ଉଦ୍ୟମିତା ହେଉଛି ଏକ ବ୍ୟବସ୍ଥା ଯେଉଁଠାରେ ଆପଣ ନିଜ ଆଖପାଖରେ ଥିବା ଲୋକମାନଙ୍କୁ ବିକାଶ କରିଥାନ୍ତି। ନିଜ ସହ ଯୋଡ଼ିହୋଇଥିବା ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥାଏ। ଉଦ୍ୟମିତାର ଉଦ୍ଦେଶ୍ୟ କେବଳ ଲାଭ କରିବା ନୁହେଁ। ସାମଗ୍ରିକ ବିକାଶ ଉଦ୍ୟୋଗୀଙ୍କ ଲକ୍ଷ୍ୟ ହେବା ଦରକାର। ଉଦ୍ୟୋଗୀ ସୃଷ୍ଟି କରିବା ଉପରେ ମଧ୍ୟ ଧ୍ୟାନ ଦିଆଯିବା ଜରୁରୀ।
ନୂଆପିଢ଼ିର ଉଦ୍ୟୋଗୀଙ୍କୁ ଆପଣଙ୍କ ସଫଳତା ପଛର ରହସ୍ୟ ବିଷୟରେ କଣ କହିବେ?
କିଛି ସହଜରେ ମିଳେନାହିଁ। କଠିନ ପରିଶ୍ରମ ଓ ସମର୍ପଣ ଭାବ ହେଉଛି ସଫଳତାର ମନ୍ତ୍ର। ବର୍ତ୍ତମାନ ସମୟରେ ଷ୍ଟାର୍ଟଅପ୍ଗୁଡ଼ିକର ସଫଳତା ଦେଖି ଲୋକମାନେ ଭାବୁକ ହୋଇପଡ଼ୁଥିବା ବେଳେ ତାହା ସହଜ ବୋଲି ଭାବୁଛନ୍ତି। କିନ୍ତୁ ତାହା ପଛରେ ରହିଛି କଠିନ ପରିଶ୍ରମ। ଅସାଧାରଣ ସଫଳତା ପାଇବା ଲାଗି ଦିନକୁ ୧୬ ଘଣ୍ଟା ବର୍ଷ ବର୍ଷ ଧରି କାମ କରିବାକୁ ପଡ଼ିଥାଏ। ଅତ୍ୟଧିକ ଚାପ ଓ ପ୍ରତିକୂଳ ପରିସ୍ଥିତିରେ ହିଁ ହୀରା ପ୍ରସ୍ତୁତ ହୋଇଥାଏ।
ଆଗକୁ ବଢ଼ିବାରେ ବ୍ରାଣ୍ଡ୍କୁ ସ୍ବୀକୃତି କିଭଳି ସାହାଯ୍ୟ କରେ?
ସ୍ବୀକୃତି ପାଇବା ଦ୍ବାରା ଏକ ସକାରାତ୍ମକ ଭାବ ସୃଷ୍ଟି ହୋଇଥାଏ। ସ୍ବୀକୃତି ନିହାତି ଜରୁରୀ। କାରଣ ପ୍ରତିବଦ୍ଧତା ଓ ମୁଳଦୁଆ ବିନା କାହାକୁ ମାନ୍ୟତା ମିଳେନାହିଁ।
ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ୨୦୨୫ ଉପରେ ଆପଣଙ୍କ ମତ କଣ?
ବହୁ ବର୍ଷ ଧରି ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ସ୍ବୀକୃତି ପ୍ରଦାନ କରୁଛି। ସମ୍ବାଦ ନିଜେ ଏକ ବ୍ରାଣ୍ଡ୍ ଏବଂ ଉତ୍କର୍ଷ ପାଇଁ ଯେକୌଣସି ମାନ୍ୟତାର ମହତ୍ବ ରହିଛି। ଯେଉଁଭଳି ନିରପେକ୍ଷ ଢଙ୍ଗରେ ପୁରସ୍କାର ପାଇଁ ବିଜେତା ଚୟନ କରାଯାଉଛି ତାହା ଏହି ପୁରସ୍କାରର ଗୁରୁତ୍ବ ବଢ଼ାଇଛି।
‘ସମ୍ବାଦ’ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ୨୦୨୫: ବର୍ଷର ଦ୍ବିତୀୟ ଭାଗରେ ଗାଡ଼ି ବିକ୍ରି ଭଲ ରହିବ
ଗାଡ଼ି ଶିଳ୍ପରେ କମ୍ପାନିଗୁଡ଼ିକ ଓବିଠି୨ବି ନିୟମ ପାଳନ କରିବେ। ଏହି ନିୟମରେ ନିର୍ଧାରଣ କରାଯାଇଥିବା ମାନଦଣ୍ଡ ଅନୁସାରେ ଗାଡ଼ି ତିଆରି କରିବାରେ ଖର୍ଚ୍ଚ ବଢ଼ିବ। ତାହାର ପ୍ରଭାବରେ ଗାଡ଼ି ମହଙ୍ଗା ହୋଇପାରେ ଏବଂ ସେଥିପାଇଁ ଅଭିବୃଦ୍ଧି ପ୍ରଭାବିତ ହେବାର ମଧ୍ୟ ଆଶଙ୍କା ରହିଛି।
/sambad/media/media_files/2025/01/14/XI3RoA8j3jI2XhvgSMG8.jpg)