୨୦୨୫କୁ ନେଇ ଆପଣଙ୍କ କଣ ଆକଳନ ରହିଛି?
୨୦୨୪-୨୫ ଆର୍ଥିକ ବର୍ଷରେ ଆମେ ଗୁରୁଗ୍ରାମରେ ଆମର ପ୍ରଥମ ସ୍କୁଲ୍ ଖୋଲିବୁ। ପରବର୍ତ୍ତୀ ସମୟରେ ଗ୍ରୁପ୍ ତରଫରୁ ଦିଲ୍ଲୀ ଏନ୍ସିଆର୍ ଅଞ୍ଚଳରେ ଆଉ ଦୁଇଟି ନୂଆ ସ୍କୁଲ୍ ଖୋଲାଯିବ। ଓଡିଏମ୍ ବିଜ୍ନେସ୍ ସ୍କୁଲ୍ ସମେତ ଆମର ବର୍ତ୍ତମାନ ଥିବା ୫୦ ପ୍ରତିଶତ ସ୍କୁଲ୍ ପୂର୍ଣ୍ଣ କୋଟା ସହ ପରିଚାଳନା ହେଉଛି। ଅବଶିଷ୍ଟ ସ୍କୁଲ୍ଗୁଡ଼ିକରେ ଗତବର୍ଷ ତୁଳନାରେ ୨୦ ପ୍ରତିଶତ ଅଭିବୃଦ୍ଧି ଆଶା କରାଯାଉଛି। ପ୍ରଯୁକ୍ତି ତଥା ଗବଷଣା ଓ ବିକାଶ ଟିମ୍ ଜରିଆରେ ଆମେ ଶିକ୍ଷାଦାନ ଦକ୍ଷତାରେ ଉନ୍ନତି ଆଣିବାକୁ ଚାହୁଛୁ।
ଆପଣଙ୍କ ପାଇଁ ଉଦ୍ୟମିତାର ଅର୍ଥ କଣ?
ଓଡିଏମ୍ ଗ୍ରୁପ୍ରେ ଉଦ୍ୟମିତାର ସରଳ ଅର୍ଥ ହେଉଛି ଏଣ୍ଟରପ୍ରାଇଜିଂ। ଆମେ ଅସମାହିତ ସମସ୍ୟା ଓ ଶିଳ୍ପରେ ଥିବା ଅଭାବକୁ ଚିହ୍ନଟ କରଛୁ ଏବଂ ତାହାର ଅଭିନବ ଓ ସ୍ବଦେଶୀ ସମାଧାନ ବିକାଶ କରୁଛୁ ଯାହା ଦ୍ବାରା ଆମର ସମସ୍ତ ଅଂଶୀଦାର ଉପକୃତ ହେବେ। ଆମ ସଂସ୍ଥା ଓ କର୍ମଚାରୀମାନେ ଜଣେ ଜଣେ ଛୋଟ ଉଦ୍ୟୋଗୀ ବୋଲି ଆମର ବିଶ୍ବାସ ରହିଛି ଯେଉଁମାନେ ପ୍ରତିଦିନ ଭାବନା ଓ ସମସ୍ୟା ସମାଧାନର ଦାୟିତ୍ବ ନେଇଛନ୍ତି।
ନୂଆପିଢ଼ିର ଉଦ୍ୟୋଗୀଙ୍କ ପାଇଁ ଆପଣଙ୍କ ସଫଳତାର ରହସ୍ୟ କଣ?
ଆନ୍ତରିକତା, କଠିନ ପରିଶ୍ରମ ଓ ସ୍ଥିରତାର ସମିଶ୍ରଣ ହେଉଛି ସଫଳତା। ଏହି ତିନି ବିଷୟକୁ ବାଦ ଦେଇ ଦୁନିଆର କୌଣସି କୋଣରେ କୌଣସି ଶିଳ୍ପ ସଫଳ ହୋଇପାରିବ ନାହିଁ।
ବଜାରରେ ଆଗକୁ ବଢ଼ିବାରେ ବ୍ରାଣ୍ଡ୍ ପାଇଁ ମାନ୍ୟତା କିଭଳି ସହାୟକ ହେଉଛି?
ବ୍ରାଣ୍ଡ୍ର ଉଦ୍ୟମ, ବିଶ୍ବସନୀୟତା ଓ ଉତ୍କର୍ଷ ପ୍ରତି ଏକ ଶକ୍ତିଶାଳୀ ସ୍ବୀକୃତି ହେଉଛି ମାନ୍ୟତା। ଏହା ଦ୍ବାରା ଅଂଶୀଦାରଙ୍କ ମଧ୍ୟରେ ବ୍ରାଣ୍ଡ୍ର ବିଶ୍ବସନୀୟତା ବଢ଼ିଥାଏ। ପ୍ରତିଯୋଗିତାପୂର୍ଣ୍ଣ ବଜାରରେ ତାହା ବ୍ରାଣ୍ଡ୍କୁ ଅଲଗା କରିଥାଏ, ଅଧିକ ଲୋକଙ୍କ ପାଖରେ ବ୍ରାଣ୍ଡ୍ ପହଞ୍ଚିଥାଏ ଓ ବ୍ରାଣ୍ଡ୍ର ଲୋକପ୍ରିୟତା ବୃଦ୍ଧି ପାଏ। ଏଭଳି ମାନ୍ୟତା ନବସୃଜନକୁ ବଢ଼ାଇବା ଓ ଅଧିକ ଉନ୍ନତି ଆଣିବାକୁ ଉତ୍ସାହିତ କରେ।
ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ୨୦୨୫ ସମ୍ପର୍କରେ ଆପଣଙ୍କ ମତ କ’ଣ?
ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ୨୦୨୫ ଏକ ପ୍ରଶଂସନୀୟ ଅଭିଯାନ ଯାହା ଓଡ଼ିଶାର ବ୍ରାଣ୍ଡ୍ଗୁଡ଼ିକର ନବସୃଜନ, ସ୍ଥିରତା ଓ ସଫଳତାକୁ ପାଳନ କରୁଛି। ସଂସ୍ଥାଗୁଡ଼ିକୁ ସେମାନଙ୍କ କଠିନ ପରିଶ୍ରମ ଓ ଏକ ପ୍ରଗତିଶୀଳ ବ୍ୟବସ୍ଥା ଗଠନ ଦିଗରେ ଯୋଗଦାନ ଲାଗି ସ୍ବୀକୃତି ଦିଆଯାଉଥିବା ଜାଣି ଖୁସି ଲାଗୁଛି। ଏହି ମଞ୍ଚ ସୁସ୍ଥକର ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରୁଥିବା ବେଳେ ଉତ୍କର୍ଷ ଲାଗି ନୂତନ ମାନଦଣ୍ଡ ଧାର୍ଯ୍ୟ କରୁଛି। ଏହି ସମ୍ମାନଜନକ କାର୍ଯ୍ୟକ୍ରମର ଅଂଶ ହୋଇ ଆମେ ଗର୍ବିତ ମନେ କରୁଛୁ। କର୍ପୋରେଟ୍ ଦୁନିଆର ଶ୍ରେଷ୍ଠ ସଂସ୍ଥାଙ୍କୁ ମାନ୍ୟତା ଓ ପ୍ରସାର କରୁଥିବାରୁ ସମ୍ବାଦ ଗ୍ରୁପ୍କୁ ଆମେ ପ୍ରଶଂସା କରୁଛୁ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp