ଭୁବନେଶ୍ବର: ‘ସମ୍ବାଦ’ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ପାଇବା ଆମ ପାଇଁ ବହୁତ ସହାୟକ ହୋଇଥିଲା। ଏକ ସ୍ଥାନୀୟ କମ୍ପାନି ଭାବେ ଆମକୁ ଅନେକ ଜାଣି ନ ଥିଲେ। ଆମର ନ୍ୟୁୟର୍କ ଓ ସିଙ୍ଗାପୁରରେ କାର୍ଯ୍ୟାଳୟ ଥିବା ସତ୍ତ୍ବେ ସ୍ଥାନୀୟ ଅଞ୍ଚଳରେ ପରିଚୟ ସୀମିତ ଥିଲା। ‘ସମ୍ବାଦ’ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍-ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆ ପୁରସ୍କାର ପାଇବା ପରେ ଆମକୁ ସ୍ଥାନୀୟ ଅଞ୍ଚଳରୁ ବହୁତ ପ୍ରକଳ୍ପ ମିଳିଥିଲା। ବହୁ ହୋଟେଲ୍ ଓ ଟୁର୍ ଆଣ୍ଡ୍ ଟ୍ରାଭେଲ୍ କ୍ଷେତ୍ରର ଆସିଥିଲା। ପୁରସ୍କାର ପରେ ଆମ ପ୍ରକଳ୍ପ ସଂଖ୍ୟା ବହୁଗୁଣିତ ହୋଇଥିଲା ବୋଲି ଅରୋଇନ୍ର ସିଇଓ ଅର୍ଚ୍ଚନା ପାଢ଼ୀ କହିଛନ୍ତି। ୨୦୧୮ରେ ତାଙ୍କ ସଂସ୍ଥା ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ପାଇଥିଲା।
Humane Sagar Death Case: ହ୍ୟୁମାନ ମୃତ୍ୟୁ ମାମଲାରେ ବଡ଼ ଖବର: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ସୋମେଶ ଶତପଥୀ
ଏହି ପୁରସ୍କାରର ଗୁରୁତ୍ବ ସମ୍ପର୍କରେ ଅଚ୍ଚର୍ନା କହନ୍ତି, ଏହା ଏକ ବହୁତ ଭଲ ପଦକ୍ଷେପ। ଏହା ମହିଳା ସଶକ୍ତୀକରଣକୁ ମଧ୍ୟ ଆଗକୁ ବଢ଼ାଉଛି। ସରକାରଙ୍କଠାରୁ ଆରମ୍ଭ କରି ଅନ୍ୟ ବେସରକାରୀ ସଂସ୍ଥାଗୁଡ଼ିକ ମଧ୍ୟ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ବ ଦେବା ଆରମ୍ଭ କରିଛନ୍ତି। ସଫଳ ମହିଳାଙ୍କ କାହାଣୀ ଜାଣିବା ପରେ ନିଜେ ପଦକ୍ଷେପ ନେବାକୁ ବହୁ ମହିଳା ଆଗକୁ ଆସୁଛନ୍ତି। ଲୋକମାନେ ଜାଣିପାରିଛନ୍ତି ଯେ ମହିଳାମାନେ କେତେ ବଡ଼ ବଡ଼ କାମ କରୁଛନ୍ତି। ବ୍ରାଣ୍ଡ୍ର ମହତ୍ବ ସମ୍ପର୍କରେ ସେ କହିଥିଲେ ଯେ ଆଜିର ଦିନରେ ସବୁ କିଛି ଘରି ବସି ଅନଲାଇନ୍ରେ ମିଳିଯାଉଛି। ଏଭଳି ସମୟରେ ଅନଲାଇନ ମାର୍କେଟିଂ ଓ ପ୍ରଚାର ଅଭିଯାନର ଗୁରୁତ୍ବ ବହୁତ ବଢ଼ିଯାଇଛି। ବ୍ରାଣ୍ଡ୍ଗୁଡ଼ିକ ମଧ୍ୟ ସେବିଷୟରେ ବେଶ୍ ସଚେତନ ହୋଇଗଲେଣି। ଯେଉଁ ସଂସ୍ଥାଗୁଡ଼ିକ ବିଶ୍ବ ବଜାରରେ ନିଜର ଉପସ୍ଥିତି ବଢ଼ାଇବାକୁ ଚାହୁଛନ୍ତି, ସେମାନେ କେବଳ ପାରମ୍ପରିକ ମାର୍କେଟିଂ ଉପରେ ନିର୍ଭର କଲେ ଚଳିବ ନାହିଁ। ସେମାନଙ୍କୁ ଅନ୍ଲାଇନ ମାର୍କେଟିଂ କରିବାକୁ ପଡ଼ିବ ବୋଲି ଅର୍ଚ୍ଚନା କହିଛନ୍ତି।
Government Scheme: ସରକାରୀ ଯୋଜନାର ପ୍ରଚାରପ୍ରସାରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/15/brand-of-odisha-2026-2025-12-15-00-48-25.jpg)