ମୁଦ୍ରା ପ୍ରୋତ୍ସାହନ ଅଭିଯାନ ଉଦ୍‌ଘାଟିତ

କୋଲକାତା: ସାଇନ୍ସ ସିଟି ପ୍ରେକ୍ଷାଳୟରେ ଦେଶବ୍ୟାପୀ ସ୍ୱତନ୍ତ୍ର ଆର୍ଥିକ ଅନ୍ତର୍ଭୁକ୍ତୀକରଣ କ୍ୟାମ୍ପ୍‌ ଏବଂ ‘ମୁଦ୍ରା’ ପ୍ରୋତ୍ସାହନ ଅଭିଯାନ ଆରମ୍ଭ ହୋଇଛି। ପଶ୍ଚିମବଙ୍ଗ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଅଧ୍ୟକ୍ଷ ତଥା ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏମ୍‌ ଡି ତଥା ସିଇଓ ପଓ୍ଵନ ବଜାଜ୍‌ ଏହାକୁ ଉଦ୍‌ଘାଟନ କରିଥିଲେ। ଏସ୍‌ଏଲ୍‌ବିସି ପଶ୍ଚିମବଙ୍ଗ ଶାଖା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏସ୍‌ଏଲ୍‌ବିସିର ଆବାହକ ଅନିନ୍ଦୀତା ସିହ୍ନା ରାୟ, ଅର୍ଥ ମନ୍ତ୍ରାଳୟର ଅଶୋକ କୁମାର ପ୍ରଧାନ, ଚରଣ ସିଂହ ଏବଂ ୟୁନାଇଟେଡ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏସ. ହରିଶଙ୍କରଙ୍କ ସମେତ ୟୁକୋ ବ୍ୟାଙ୍କ ଏବଂ ଆହ୍ଲାବାଦ ବ୍ୟାଙ୍କର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର