ସାମସଙ୍ଗ୍‌ର ୧୨ କୋଟି ଟଙ୍କିଆ ଏଲ୍‌ଇଡି

ଭୁବନେଶ୍ବର: ସାମସଙ୍ଗ୍‌ ପକ୍ଷରୁ ମାଇକ୍ରୋ ଏଲ୍‌ଇଡି ଡିସ୍‌ପ୍ଲେକୁ ଉନ୍ମୋଚନ କରାଯାଇଛଛି। ଏହା ବିଭିନ୍ନ ଆକାରରେ ଉପଲବ୍ଧ ହେଉଛି। ଦି ୱାଲ୍ ନାମକ ଏହି ଏଲ୍‌ଇଡିରେ ଅତି ସ୍ପଷ୍ଟ ଚିତ୍ର ଦେଖିହେବ। ହୋମ୍ ସ‌ିନେମା ଓ ଗେମିଂ ପାଇଁ ଦି ୱାଲ୍‌ ଲକ୍‌ଜୁରି ମଡେଲ୍‌ ଏବଂ ବ୍ୟବସାୟ ପ୍ରତିଷ୍ଠାନ ଲାଗି ଦି ୱାଲ୍ ପ୍ରୋ ମଡେଲ୍‌ ଅଣାଯାଇଛି। ସ୍ବତନ୍ତ୍ର ଓ ପ୍ରିମିୟମ୍ ଅନୁଭୂତି ହାସଲ କରିବାକୁ ଚାହୁଥିବା ଗ୍ରାହକଙ୍କୁ ନଜରରେ ରଖି କଂପାନି ଏହି ଏଲଇଡି ବିକଶିତ କରିଛି। ଦି ୱାଲ୍‌ର ଦାମ୍ ସାଢ଼େ ତିନି କୋଟି ଟଙ୍କାରୁ ଆରମ୍ଭ ହୋଇ ୧୨ କୋଟି ଟଙ୍କା ପର୍ଯ୍ୟନ୍ତ ରହିଛି।

ସମ୍ବନ୍ଧିତ ଖବର