ନୂଆଦିଲ୍ଲୀ: ଆପଣ ଘରେ ଅନେକ ପ୍ରକାରର ଇଲେକ୍ଟ୍ରୋନିକ୍ସ ଡ଼ିଭାଇସ ବ୍ୟବହାର କରୁଥିବେ | ବିଶେଷ କରି ଟିଭି, ଫ୍ରିଜ, ୱାସିଂ ମେସିନ ଏବେ ପ୍ରାୟ ଘରେ ଦେଖିବାକୁ ମିଳୁଛି | ଆଉ ଏହି ସବୁ ଯନ୍ତ୍ର ଉପରେ ବର୍ଷେ କି ଦୁଇ ବର୍ଷ ଯାଏଁ ୱାରେଣ୍ଟି ଥାଏ | କିଛି ଉପକରଣ ଉପରେ ସର୍ବାଧିକ ୫ ବର୍ଷର ୱାରେଣ୍ଟି ଥାଏ | କିନ୍ତୁ ଏବେ ଜଣାଶୁଣା ସାଉଥ କୋରିଆ ବ୍ରାଣ୍ଡ ସାମସଙ୍ଗ ଏମିତି ଏକ ଘୋଷଣା କରିଛି ଯାହାକୁ ନେଇ ଆଲୋଚନା ଜୋର ଧରିଛି | ବାସ୍ତବରେ ସାମସଙ୍ଗ କିଛି କିଛି ଡିଭାଇସ ଉପରେ ୨୦ ବର୍ଷର ୱାରେଣ୍ଟି ଦେବାକୁ ଘୋଷଣା କରିଛି |
For decades now, Samsung has been setting the quality benchmark in India. This makes our new 20 Year Warranty* on Digital Inverter™ Compressor across refrigerators and Digital Inverter™ Motor across washing machines, the newest milestone in our journey. pic.twitter.com/Xze5vlOTrJ
— Samsung India (@SamsungIndia) December 2, 2022
ସାମସଙ୍ଗ ଯେଉଁ ଉପକରଣ ଉପରେ ୨୦ ବର୍ଷର ୱାରେଣ୍ଟି ଦେବାକୁ ଘୋଷଣା କରିଛି ସେଥିରେ ଡିଜିଟାଲ ଇନଭର୍ଟର ମୋଟର ଓ ଡିଜିଟାଲ ଇନଭର୍ଟର କମ୍ପ୍ରେସର ରହିଛି | କମ୍ପାନି ନିଜର ୱାସିଂ ମେସିନରେ ଡିଜିଟାଲ ଇନଭର୍ଟର ମୋଟର ଓ ରେଫରୀଜେରଟରରେ ଡିଜିଟାଲ ଇନଭର୍ଟର କମ୍ପ୍ରେସର ବ୍ୟବହାର କରିବାକୁ ଯାଉଛି | କମ୍ପାନି ପକ୍ଷରୁ କୁହାଯାଇଛି ଯେ ଏହି ପରିବର୍ତ୍ତନ ସହିତ ଇ-ଆବର୍ଜନାକୁ ବହୁ ମାତ୍ରାରେ କମେଇ ହେବ | କାରଣ ବର୍ତ୍ତମାନ ଇ-ଆବର୍ଜନା(ଇଲେକ୍ଟ୍ରୋନିକ୍ସ ଉପକରଣର ଅବ୍ୟବହୃତ ବା ଖରାପ ହୋଇଯାଇଥିବା ଯନ୍ତ୍ରାଂଶ) ଏତେ ମାତ୍ରାରେ ବଢିଯାଇଛି ଯେ, ପରିବେଶ ଉପରେ ଏହାର ବଡ ପ୍ରଭାବ ପଡୁଥିବାର ଦେଖିବାକୁ ମିଳୁଛି |