ସାମସଙ୍ଗ୍‌ କାଫେ ଉଦ୍‌ଘାଟିତ

ଭୁବନେଶ୍ବର: ସରସ୍ବତୀ ଏଣ୍ଟରପ୍ରାଇଜେସ୍‌ ପକ୍ଷରୁ କଳ୍ପନା ଛକ ଠାରେ ନୂଆ ସାମସଙ୍ଗ୍‌ କାଫେ ଖୋଲାଯାଇଛି। ସଂସ୍ଥାର ଏମ୍‌ଡି ମନୋରଞ୍ଜନ ପାତ୍ରଙ୍କ ବାପା ପରୀକ୍ଷିତ ପାତ୍ର ଏହାକୁ ଉଦ୍‌ଘାଟନ କରିଛନ୍ତି। ସାମସଙ୍ଗ୍‌ କାଫେରେ କଂପାନିର ସମସ୍ତ ପ୍ରକାର ସ୍ମାର୍ଟଫୋନ୍ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରାଯାଉଛି। ଚଳିତ ମାସ ୨୮ ତାରିଖ ପର୍ଯ୍ୟନ୍ତ ଏକ୍ସଚେଞ୍ଜ୍‌ ଅଫର ମଧ୍ୟ ମିଳିବ। ଜିରୋ ଡାଉନ୍ ପେମେଣ୍ଟ୍‌ ଫାଇନାନ୍ସ ସୁବିଧା ମଧ୍ୟ ଗ୍ରାହକମାନେ ପାଇପାରିବେ। ଏହି ଅବସରରେ ସରସ୍ବତୀ ଏଣ୍ଟରପ୍ରାଇଜେସ୍‌ର ଅନ୍ୟତମ ଏମ୍‌ଡି ଜ୍ଞାନ ରଞ୍ଜନ ପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର