ଭାରତରେ ସାମ୍‌ସଙ୍ଗ ଗ୍ୟାଲାକ୍ସି ଏ୭ ଏବଂ ଗ୍ୟାଲାକ୍ସି ଏ୯ର ଦର କମିଲା, ଜାଣନ୍ତୁ ଏବେ କେତେ ରହିଛି ଦାମ୍‌…

ନୂଆଦିଲ୍ଲୀ: ଭାରତରେ ସାମସଙ୍ଗ ଗ୍ୟାଲାକ୍ସି ଏ୭ ଏବଂ ଗ୍ୟାଲାକ୍ସି ଏ୯ର ଦାମ୍‌ କମ ହୋଇଥିବା ଜଣା ପଡ଼ିଛି । ଦାମ୍‌ କମ ହେବାର ଖବର ଆସିବା ପରେ ଲୋକମାନଙ୍କ ମନରେ ଫୋନ କିଣିବାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି । ୪ଜିବି ର‍୍ୟାମ୍‌ ଏବଂ ୬୪ଜିବି ଷ୍ଟୋରେଜ ଥିବା ଗ୍ୟାଲାକ୍ସି ଏ୭ ଏବେ ଭାରତୀୟ ବଜାରରେ ୧୮,୯୯୦ଟଙ୍କା ହୋଇ ଯାଇଥିବା ବେଳେ ୨୮,୯୯୦ଟଙ୍କା ଥିବା ୬ଜିବି ର‍୍ୟାମ୍‌ ଏବଂ ୧୨୮ଜିବି ଷ୍ଟୋରେଜର ଗ୍ୟାଲାକ୍ସି ଏ୭ର ଦାମ୍‌ ଏବେ ୨୨,୯୯୦ଟଙ୍କାରେ ମିଳିବ ବୋଲି ଜଣା ପଡ଼ିଛି ।

India Today

ଏ୭ ସହ ଗ୍ୟାଲାକ୍ସି ଏ୯ର ଦାମ୍‌ ମଧ୍ୟ କମ ହୋଇଛି । ୬ଜିବି ର‍୍ୟାମ୍‌ ଏବଂ ୧୨୮ଜିବି ଷ୍ଟୋରେଜ ଥିବା ଗ୍ୟାଲାକ୍ସି ଏ୯ ଏବେ ଭାରତୀୟ ବଜାରରେ ୨୨,୯୯୦ଟଙ୍କାରେ ଉପଲବ୍ଧ ହେବ । ଏହା ସହ ୮ଜିବି ର‍୍ୟାମ୍‌ ଏବଂ ୧୨୮ଜିବି ଷ୍ଟୋରେଜ ଥିବା ଗ୍ୟାଲାକ୍ସି ଏ୯ ପୂର୍ବରୁ ୩୯,୯୯୦ଟଙ୍କା ଥିବା ବେଳେ ଏବେ ଏହାର ଦାମ୍‌ ରହିଛି ୩୬,୯୯୦ଟଙ୍କା । ସବୁଠାରୁ ଖାସ୍‌ କଥା ହେଲା ଦୁଇଟି ଯାକ ଫୋନର ଲଞ୍ଚକୁ ୬ମାସ ହୋଇ ନଥିବା ବେଳେ ଭାରତରେ ଏହାର ଦାମ୍‌କୁ ପାଖା ପାଖି ୩ହଜାର ଟଙ୍କା ପର୍ଯ୍ୟନ୍ତ କମ କରି ଦିଆ ଯାଇଛି । ଟ୍ରିପଲ କ୍ୟାମେରା ଥିବା ଗ୍ୟାଲାକ୍ସି ଏ୭କୁ ସେପ୍ଟେମ୍ବର ୨୦୧୮ରେ ଲଞ୍ଚ କରାଯାଇଥିଲା । ଅନ୍ୟ ପକ୍ଷରେ କ୍ୱାଡ୍‌ କ୍ୟାମେରା ସେଟ୍‌ଅପ୍‌ ଥିବା ଗ୍ୟାଲାକ୍ସି ଏ୯କୁ ନଭେମ୍ବରରେ ଲଞ୍ଚ କରାଯାଇଥିଲା । କମ୍ପାନିର ଅଫିସିଆଲ େଓ୍ଵବ୍‌ସାଇଟ୍‌ରେ ଏବେ ଫୋନର ନୂଆ ଦାମ୍‌କୁ ଅପ୍‌ଡେଟ୍‌ କରି ଦିଆ ଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର