ରିଲାଏନ୍ସ ଡିଜିଟାଲ୍‌ରେ ମିଳିବ ସାମସଙ୍ଗ୍ ଗାଲାକ୍ସି ଏଫ୍‌୬୨

ଭୁବନେଶ୍ବର : ଗ୍ରାହକମାନେ ଚଳିତ ମାସ ୨୨ରୁ ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋର୍‌ ଆଦିରୁ ସାମସଙ୍ଗ୍‌ ଗାଲାକ୍ସି ଏଫ୍୬୨କୁ କିଣିପାରିବେ। ଏହି ସ୍ମାର୍ଟଫୋନ୍‌ରେ ରହିଛି ୭୦୦୦ ଏମ୍‌ଏଏଚ୍‌ ବ୍ୟାଟେରି, ଗୋଟିଏ ରଙ୍ଗର ସୁପର ଆମୋଲେଡ୍ ସ୍କ୍ରିନ୍, ଫିଙ୍ଗରପ୍ରିଣ୍ଟର୍‌ ସେନ୍‌ସର୍‌, ଫେସ୍‌ ଅନ୍‌ଲକ୍ ସୁବିଧା, ୬୪ ଏମ୍‌ପି କ୍ୟାମେରା ସହିତ ମାକ୍ରୋ ସୁଟିଂ ସୁବିଧା ରହିଛି। ଏହାର ୬ଜିବି ରାମ୍‌ ମଡେଲ୍‌ର ଦାମ୍ ୨୧,୪୯୯ଟଙ୍କା ଓ ୮ଜିବି ଭର୍ସନର ଦାମ୍ ୨୩,୪୯୯ ଟଙ୍କା ରହିଛି। ଆଇସିଆଇସିଆଇ ବ୍ୟାଙ୍କ ଓ ସିଟି ବ୍ୟାଙ୍କ କାର୍ଡ ଜରିଆରେ କିଣିଲେ ରିହାତି ଓ ଇଏମ୍‌ଆଇ ସୁବିଧା ମଧ୍ୟ ରହିଛି। ଗ୍ରାହକମାନେ ରିଲାଏନ୍ସ ଡିଜିଟାଲ୍ କିମ୍ବା ମାଇଁ ଜିଓ ଷ୍ଟୋର୍‌ରୁ ଏହି ଫୋନ୍‌କୁ କିଣିଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁବିଧା ପାଇପାରିବେ।

ସମ୍ବନ୍ଧିତ ଖବର