ଆସନ୍ତା କାଲି ବଜାରକୁ ଆସୁଛି ସାମସଙ୍ଗ୍‌ର ଏହି ବହୁଚର୍ଚ୍ଚିତ ସ୍ମାର୍ଟଫୋନ

ନୂଆଦିଲ୍ଲୀ : ଦେଶର ଅଗ୍ରଣୀ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ସାମସଙ୍ଗ ପକ୍ଷରୁ ନୂଆ ଗାଲାକ୍ସି ଜେ୮କୁ ଭାରତରେ ଉନ୍ମୋଚନ କରାଯାଇଛି। ଏଥିରେ ରହିଛି ୬ ଇଞ୍ଚର ସୁପର ଆମୋଏଲ୍‌ଇଡି ଇନଫିନିଟି ଡିସ୍‌ପ୍ଳେ ଓ ଶିଳ୍ପର ପ୍ରଥମ ଡୁଆଲ୍‌ କ୍ୟାମେରା ବୈଶିଷ୍ଟ୍ୟ ରହିଛି। ଏହି ଫୋନ୍‌ ସ୍ମାର୍ଟଫୋନ୍‌ ବଜାରରେ ସାମସଙ୍ଗ୍‌ର ନେତୃତ୍ୱକୁ ଆହୁରି ସୁଦୃଢ଼ କରିବ। ୪ ଜିବି ର‍୍ୟାମ ଓ ୬୪ ଜିବି ଇଣ୍ଟରନାଲ ମେମୋରୀ ଥିବା ଏହି ଫୋନର ମୂଲ୍ୟ ୧୮,୯୯୦ ଟଙ୍କା ରଖାଯାଇଛି । ଏହା ଉଭୟ ଅଫଲାଇନ ଓ ଅନଲାଇନ ପ୍ଲାଟଫର୍ମରେ ମିଳିବ ।

ଗ୍ରାହକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଦ୍ୟତମ ପ୍ରଯୁକ୍ତି ଓ ବୈଶିଷ୍ଟ୍ୟ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ସାମସଙ୍ଗ୍‌ ପକ୍ଷରୁ ଗାଲାକ୍ସି ଜେ୮ରେ ସର୍ବାଧୁନିକ ସ୍ୱତନ୍ତ୍ର ଡୁଆଲ୍‌ ପଛ କ୍ୟାମେରା ବ୍ୟବହାର କରାଯାଇଛି ଯାହା ସ୍ୱତନ୍ତ୍ର କ୍ୟାମେରା ଅନୁଭୂତି ପ୍ରଦାନ କରିବ। ଏଥିରେ ରହିଛି କୃତ୍ରିମ ବୁଦ୍ଧିମତାର ବୈଶିଷ୍ଟ୍ୟ ଯାହା ଗ୍ରାହକମାନଙ୍କୁ ବୃତିଗତ ଫଟୋଗ୍ରାଫିର ଅନୁଭୂତି ପ୍ରଦାନ କରିବ। ଏହାର ଡୁଆଲ୍‌ କ୍ୟାମେରାରେ ସାମସଙ୍ଗ୍‌ର ଫ୍ଲାଗ୍‌ସିପ୍‌ ‘ଲାଇଭ୍‌ ଫୋକସ୍‌’ ରହିଛି ଯାହା ସାର୍ପ ଫୋକସ୍‌ ଓ ପ୍ରଚ୍ଛଦକୁ ଅସ୍ପଷ୍ଟ କରି ସୁନ୍ଦର ଫଟୋ ଉଠାଇବାରେ ସହାୟକ ହେବ। ଫଟୋ ଉଠାଇବା ପରେ କିମ୍ବା ପୂର୍ବରୁ ଏହା ପ୍ରଚ୍ଛଦ ସ୍ତରକୁ ପରିବର୍ତ୍ତନ କରିପାରିବ।

ଗାଲାକ୍ସି ଜେ୮ରେ ବ୍ୟାକ୍‌ଗ୍ରାଉଣ୍ଡ୍‌ ବ୍ଲର୍‌ ସେପ୍‌, ପୋଟ୍ରେଟ୍‌ ଡଲି ଓ ପୋଟ୍ରେଟ୍‌ ବ୍ୟାକ୍‌ଡ୍ରପ୍‌ ଭଳି ସୁବିଧା ରହିଛି। ଏଥିରେ ୧୮:୫:୯ ଇନଫିନିଟି ଡିସ୍‌ପ୍ଲେ ରହିଛି ଯେଉଁଥିରେ ୧୫% ଅଧିକ ଡିସ୍‌ପ୍ଲେ ଅଞ୍ଚଳ ରହିଛି। ସାମସଙ୍ଗ ଏକମାତ୍ର ବ୍ରାଣ୍ଡ୍‌ ଯାହା ସୁପର ଆମୋଏଲଇଡି ପ୍ରଯୁଚ୍ଛି ଥିବା ଇନଫିନିଟି ଡିସ୍‌ପ୍ଲେ ପ୍ରଦାନ କରୁଛି। ଏହା ସଫ୍ଟଓୟାର ଦ୍ୱାରା ପରିଚାଳିତ ଇନ୍‌-ଡିସ୍‌ପ୍ଲେ ହୋମ୍‌ ବଟନ୍‌ରେ କାମ କରୁଥିବା ବେଳେ ଡୁଆଲ୍‌ କ୍ୟାମେରା ପଛ ପାଖରେ ଏକ ଫିଙ୍ଗରପ୍ରିଂଟ୍‌ ସେନ୍‌ସର୍‌ ମଧ୍ୟ ରହିଛି।ଏଥିରେ ଚାଟ୍‌ ଓଭର ଭିଡିଓ ବୈଶିଷ୍ଟ୍ୟ ରହିଛି ଯାହା ଅତୁଳନୀୟ ଭିଡିଓ ଦେଖିବା ଓ ଚାଟିଂ ଅନୁଭୂତି ପ୍ରଦାନ କରୁଛି। ଏହାର ଟ୍ରାନ୍ସପାରେଣ୍ଟ କିବୋର୍ଡ ଯୋଗୁଁ ଭିଡିଓ ଦେଖିବା ବେଳେ ଭିଡିଓ ବିଷୟବସ୍ତୁକୁ ଉପଭୋଗ କରିବାର ସୁବିଧା ପ୍ରଦାନ କରୁଛି।

ସମ୍ବନ୍ଧିତ ଖବର