ମାତ୍ର ୯,୯୦୦ ଟଙ୍କା ଡାଉନପେମେଣ୍ଟରେ ମିଳୁଛି ସାମ୍‌ସଙ୍ଗ ଗାଲାକ୍ସି ଏସ-୯

ନୂଆଦିଲ୍ଲୀ : ଭାରତର ଅଗ୍ରଣୀ ଟେଲିକମ୍‌ ସେବା ପ୍ରଦାନକାରୀ ସଂସ୍ଥା ଭାରତୀ ଏୟାରଟେଲ୍‌ ତା’ର ଅନ୍‌ଲାଇନ୍‌ ଷ୍ଟୋର୍‌ ରେ ସୁଲଭ ମୂଲ୍ୟରେ ସାମ୍‌ସଙ୍ଗ ଗାଲାକ୍ସି ଏସ୍‌୯ ଏବଂ ଏସ୍‌୯ପ୍ଲସ୍‌ର ବିକ୍ରି ଆରମ୍ଭ କରିଛି । ଏହି ଅନ୍‌ଲାଇନ୍‌ ଷ୍ଟୋର୍‌ରେ ଉଭୟ ସାମ୍‌ସଙ୍ଗ ଗାଲାକ୍ସି ଏସ୍‌୯ (୬୪ ଜିବି ଭାରିଆଣ୍ଟ୍‌) ଓ ଏସ୯ପ୍ଲସ୍‌ (୬୪ ଜିବି ଭାରିଆଣ୍ଟ୍‌) ମାତ୍ର ୯୯୦୦ ଟଙ୍କା ଡାଉନ୍‌ ପେମେଣ୍ଟ୍‌ ସହ ଉପଲବ୍ଧ ହେଉଛି । ଏସ୍‌୯ କ୍ରୟରେ ଗ୍ରାହକ ମାନଙ୍କୁ ୨୪ ମାସ ପାଇଁ ମାସିକ ୨୪୯୯ ଟଙ୍କା ଓ ଏସ୍‌ ୯ ପ୍ଲସ୍‌ ପାଇଁ ମାସିକ ୨୭୯୯ ଟଙ୍କାର କିସ୍ତି ଦେବାକୁ ପଡ଼ିବ। ଉଭୟ ଫୋନ୍‌ର ମାସିକ କିସ୍ତିରେ ବିଲ୍ଟ ଇନ୍‌ ପୋଷ୍ଟ ପେଡ଼୍‌ ପ୍ଲାନ୍‌ ସହିତ ଗ୍ରାହକମାନେ ୮୦ଜିବି ଡାଟା ଏବଂ ଅନଲିମିଟେଡ଼୍‌ କଲ୍‌ ସୁବିଧା ପାଇପାରିବେ। ଏହା ବ୍ୟତୀତ ଗ୍ରାହକମାନେ ୧ ବର୍ଷ ପାଇଁ ଆମାଜନ୍‌ ପ୍ରାଇମ୍‌ ମେମ୍ବର୍‌ସିପ୍‌, ଏୟାର୍‌ଟେଲ୍‌ ସିକିୟୋର୍‌, ଏୟାର୍‌ଟେଲ୍‌ ଟିଭି, ୱିଙ୍କ୍‌ ମ୍ୟୁଜିକ୍‌ର ସୁବିଧା ମଧ୍ୟ ପାଇପାରିବେ। ଚଳିତ ମାସ ପ୍ରାରମ୍ଭରେ ଏହି ଦୁଇଟି ହାଇଏଣ୍ଡ ସ୍ମାର୍ଟଫୋନ ଭାରତରେ ଲଞ୍ଚ୍‌ ହୋଇଥିଲା । ସାମ୍‌ସଙ୍ଗ ଗାଲାକ୍ସି ଏସ୍‌୯ର ମୂଲ୍ୟ ୫୭୯୦୦ ଟଙ୍କା ଥିବାବେଳେ ସାମ୍‌ସଙ୍ଗ ଗାଲାକ୍ସି ଏସ୍‌୯ ପ୍ଲସର ମୂଲ୍ୟ ୬୪,୯୦୦ ଟଙ୍କା ରହିଛି ।

ସମ୍ବନ୍ଧିତ ଖବର