ନୂଆ ଆକର୍ଷଣୀୟ ରଙ୍ଗରେ ବଜାରକୁ ଆସିଲା ସାମସଙ୍ଗ ଗାଲାକ୍ସି ଏସ ପ୍ଲସ୍‌ ଓ ଗାଲାକ୍ସି ନୋଟ୯

ଗୁରୁଗ୍ରାମ : ଦେଶର ଅଗ୍ରଣୀ ତଥା ବିଶ୍ୱସନୀୟ ସ୍ମାର୍ଟଫୋନ ବ୍ରାଣ୍ଡ ସାମସଙ୍ଗ ୨ଟି ଲୋକପ୍ରିୟ ଉତ୍ପାଦ ଗାଲାକ୍ସି ଏସ୍‌୯ ପ୍ଲସ୍‌ ଓ ଗାଲାକ୍ସି ନୋଟ୯ କୁ ନୂଆ ରଙ୍ଗରେ ବଜାର ପ୍ରବେଶ କରାଇଛି । ଆଗାମୀ ପୂଜା ପୂର୍ବରୁ କଂପାନୀ ଏହାର ବଜାର ପ୍ରବେଶ କରାଇଛି । ଏଣିକି ଗାଲାକ୍ସି ଏସ୍‌9 ପ୍ଲସ୍‌ ବରଗଣ୍ଡି ଲୋହିତ ଓ ଗାଲାକ୍ସି ନୋଟ୯ କ୍ଲାସି ଲାଭେଣ୍ଡର ପରପଲ ରଙ୍ଗରେ ଉପଲବ୍‌ଧ ହେବ । ବରଗଣ୍ଡି ଲୋହିତ ରଙ୍ଗରେ ଗାଲାକ୍ସି ଏସ୍‌୯ ପ୍ଲସ୍‌ ବେଶ ଆକର୍ଷଣୀୟ ହୋଇଛି । ଏହା ଗ୍ରାହକଙ୍କ ଅନୁଭବକୁ ଉଚ୍ଚ ସୋପାନକୁ ନେଇଯାଇ ପାରିବ । ଏହା ଦେଖିବାକୁ ମନଲୋଭ ହୋଇଛି । ଲାଭେଣ୍ଡର ପରପଲ ରଙ୍ଗରେ ଗାଲାକ୍ସି ନୋଟ୯ ଦେଖିବାକୁ ଆଧୁନିକ ଓ ଆକର୍ଷଣୀୟ ହୋଇଛି । ନୂଆ ପିଢ଼ି ଗ୍ରାହକଙ୍କ ହାତରେ ଏହା ବେଶ୍‌ ଲୋଭନୀୟ ଦେଖାଯିବ । ଆସନ୍ତା ପୂଜା ସମୟରେ ଏହି ରଙ୍ଗର ଉତ୍ପାଦ ଗ୍ରାହକଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି ।

ଗାଲାକ୍ସି ନୋଟ୯ ଗ୍ରାହକ ଯଦି ଗାଲାକ୍ସି ଘଡ଼ି କ୍ରୟ କରିବେ ତାହାଲେ ଏହାକୁ ୯୯୯୯ ଟଙ୍କାରେ ପାଇପାରିବେ ଯାହାର ପ୍ରକୃତ ମୂଲ୍ୟ ୨୪,୯୯୦ ଟଙ୍କା । ଉଭୟ ଉତ୍ପାଦକୁ ଗ୍ରାହକ ଯଦି ଏଚଡ଼ିଏଫସି କାର୍ଡ଼ ଓ ପେଟିଏମ ମଲରେ କ୍ରୟ କରିବେ ତାହାଲେ ୬୦୦୦ ଟଙ୍କା ଅର୍ଥ ଫେରିପାରିବେ । ଅପଗ୍ରେଡ଼େସନ ଅଫରରେ ଯଦି ଗ୍ରାହକ ଏହା କ୍ରୟ କରିବେ ତାହାଲେ ୬୦୦୦ ଟଙ୍କା ପାଇପାରିବେ । ଏହା ସାମସଙ୍ଗ ବିକ୍ରୟ କେନ୍ଦ୍ରରେ ଉପଲବ୍‌ଧ ।

ସମ୍ବନ୍ଧିତ ଖବର