ରିଲାଏନ୍ସ ଡିଜିଟାଲ୍‌ରେ ସାମସଙ୍ଗ୍‌ ଗାଲାକ୍ସି ଏସ୍‌୨୩ ସ୍ମାର୍ଟଫୋନ୍

ମୁମ୍ବାଇ: ରିଲାଏନ୍ସ ଡିଜିଟାଲ୍ ପକ୍ଷରୁ ସାମସଙ୍ଗ୍‌ ଗାଲାକ୍ସି ଏସ୍‌୨୩ ସିରିଜ୍ ସ୍ମାର୍ଟଫୋନ୍‌କୁ ଉନ୍ମୋଚନ କରାଯାଇଛି। ଏହି ସିରିଜ୍ ଅଧୀନରେ ଗାଲାକ୍ସି ଏସ୍‌୨୩ ଅଲ୍‌ଟା, ଗାଲାକ୍ସି ଏସ୍‌୨୩+ ଓ ଗାଲାକ୍ସି ଏସ୍‌୨୩ ଭଳି ତିନି ପ୍ରକାର ସ୍ମାର୍ଟଫୋନ୍ ରହିଛି। ଗାଲାକ୍ସି ଏସ୍‌୨୩ ଅଲ୍‌ଟ୍ରାରେ ୨୦୦ ଏମ୍‌ପି କ୍ୟାମେରା ସହ ୧୦୦ ଏକ୍ସ ଜୁମ୍ ସୁବିଧା ରହିଛି। ଏହି ଫୋନ୍‌ରେ ଥିବା ସୁବିଧାଗୁଡ଼ିକ ବିଷୟରେ ଜାଣିବା ଲାଗି ରିଲାଏନ୍ସ ଡିଜିଟାଲ୍‌ ପକ୍ଷରୁ କିଛି ଗ୍ରାହକଙ୍କୁ ଆମନ୍ତ୍ରଣ କରାଯାଇଛି। ଏହି ଅବସରରେ ରିଲାଏନ୍ସ ଡିଜିଟାଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ବ୍ରିଆନ୍ ‌ବାଡେ କହିଛନ୍ତି ଯେ ସାମସଙ୍ଗ ସହିତ ଗୁରୁତ୍ବପୂର୍ଣ୍ଣ ସହଯୋଗିତା ସ୍ଥାପନ କରିଥିବାରୁ ରିଲାଏନ୍ସ ଡିଜିଟାଲ୍ ଗର୍ବିତ।

ସାରା ଭାରତରେ ଥିବା ଆମ ଗ୍ରାହକମାନଙ୍କ ଲାଗି ଗାଲାକ୍ସି ଏସ୍‌୨୩ ସିରିଜ୍‌ ସ୍ମାର୍ଟଫୋନ୍‌ ଉପସ୍ଥାପନ କରି ଆମେ ଅତ୍ୟନ୍ତ ଆନନ୍ଦିତ। ଗ୍ରାହକମାନେ ରିଲାଏନ୍ସ ଡିଜିଟାଲ୍‌ରେ ଏହି ଫୋନ୍‌ର ପ୍ରାକ୍ ବୁକିଂ କରିପାରିବେ। ଗାଲାକ୍ସି ଏସ୍‌୨୩/ଏସ୍‌୨୩+ କିଣିଲେ ୨୯୯ ଟଙ୍କାର ଗାଲାକ୍ସି ୱାଚ୍‌୪ ବ୍ଲୁଟୁଥ୍‌ ମିଳିବ। ଗାଲାକ୍ସି ୨୩ ଅଲ୍‌ଟ୍ରା କିଣିଲେ ୪୯୯୯ ଟଙ୍କାର ଗାଲାକ୍ସି ୱାଚ୍‌୪ବ୍ଲୁଟୁଥ୍‌ ମିଳିବ। ଏହା ସହିତ ସାମସଙ୍ଗ୍‌ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡରେ ଏହି ଫୋନ୍ କିଣିଲେ ୮୦୦୦ ଟଙ୍କା ପର୍ଯ୍ୟନ୍ତ ବୋନସ ଓ ୧୦ ପ୍ରତିଶତ କ୍ୟାସ୍‌ବ୍ୟାକ୍ ମିଳିବ।

ସମ୍ବନ୍ଧିତ ଖବର